ମଶା କାମୁଡ଼ାରୁ ବଞ୍ଚିବାର ଉପାୟ

0

ବ୍ୟୁରୋ : ଆମ ଦେଶରେ ଏବେ ମୌସୁମୀର ଆଗମନ ସହିତ ମଶା ବାହିତ ରୋଗର ବିପଦ ବୃଦ୍ଧି ପାଇବ । ମ୍ୟାଲେରିଆ ପରି ରୋଗରେ ଆକ୍ରାନ୍ତ ନହେଲେ ମଧ୍ୟ ମଶାକାମୁଡ଼ାରେ ହିଁ ଜଣେ ଦେହକୁ କୁଣ୍ଡାଇ କୁଣ୍ଡାଇ ଅତିଷ୍ଠ ହୋଇପଡ଼ିଥାଏ । ମଶା କାମୁଡ଼ାରୁ ବଞ୍ଚିବା ପାଇଁ କେତେକ ଉପାୟ ଜାଣିବା । ଲୋକଙ୍କୁ ଖୋଜିବା ପାଇଁ ମଶା ମୁଖ୍ୟତଃ ଘ୍ରାଣଶକ୍ତିର ବ୍ୟବହାର କରିଥାଏ । କିଛି ଗନ୍ଧ ସେମାନଙ୍କୁ ସୁହାଉଥିବା ବେଳେ ଆଉ କିଛି ସେମାନଙ୍କୁ ଦୂରେଇ ରଖିଥାଏ ।

ତଦନୁଯାୟୀ, ସାବୁନ୍, ଅତର ଓ ଖାଦ୍ୟ ଦ୍ୱାରା ଆମ ଶରୀରର ଗନ୍ଧକୁ ବଦଳାଇ ନିଜ ଶରୀରକୁ ମଶା- ପ୍ରତିରୋଧୀ କରିହେବ । ଏଥିପାଇଁ ସୁବାସିତ କିମ୍ବା ତ୍ୱଚାକୁ କୋମଳ କରୁଥିବା ସାବୁନ ବଦଳରେ ଲାଭେଣ୍ଡର, ଧନ୍ୱନ୍ତରୀ ପତ୍ର ଓ ପୁଦିନାପତ୍ର ମିଶ୍ରିତ ସାବୁନ ବ୍ୟବହାର କରିବା ଭଲ । ସେହିପରି ଆମେ ଖାଉଥିବା ଫଳରେ ପାଚିଲା କଦଳୀ ବଦଳରେ ଅଙ୍ଗୁର, ସେଓ ଆଦି ସାମିଲ କରିବା ଉପକାରୀ । କାରଣ କଦଳୀ ଖାଇ ସାରିବା ପରେ ସେହି ବାସ୍ନାରେ ହାତ ଆଡ଼କୁ ମଶାମାନେ ଆକର୍ଷିତ ହେଉଥିବା ଏକ ଅଧ୍ୟୟନରୁ ଦେଖାଯାଇଛି । ସେହିପରି ମଦ୍ୟପାନ ଠାରୁ ଦୂରେଇ ରହିବା ଭଲ । କାରଣ ମଦର ବାସ୍ନା ପ୍ରତି ମଶାମାନେ ବେଶୀ ଟାଣି ହୋଇ ଆସୁଥିବା ଦେଖାଯାଇଛି ।

ଝାଳୁଆ ଶରୀର ପ୍ରତି ମଶାମାନେ ଅଧିକ ଆକର୍ଷିତ ହେଉଥିବାରୁ ଦେହରେ ଡିଓଡୋରା ପରି ରାସାୟନିକ ପଦାର୍ଥ ଲଗାଇଲେ ମଧ୍ୟ ମଶାଙ୍କୁ ଦୂରେଇ ରଖାଯାଇପାରିବ । ଏଥି ସହିତ ଆମର ପୋଷାକପତ୍ରକୁ କୀଟନାଶକ ଦ୍ୱାରା ଧୋଇଲେ ମଧ୍ୟ ମଶା ଦାଉରୁ କିଛି ମାତ୍ରାରେ ଉପଶମ ମିଳିପାରିବ ।