ହାୱଡା-ମୁମ୍ବାଇ ଟ୍ରେନ ଲାଇନ୍ଚ୍ୟୁତ୍ ରେ ମୃତ ୨ ଜଣ ରାଉରକେଲାର

0

ବ୍ୟୁରୋ : ଆଜି ଭୋରରୁ ହୋଇଥିବା ହାୱଡା-ମୁମ୍ବାଇ ଟ୍ରେନ ଲାଇନ୍ଚ୍ୟୁତ୍ ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକ ୨ ଜଣ ଓଡିଶାର ବୋଲି ସୂଚନା ମିଳିଛି ।। ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେଇ ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିଲା । ଏଥିରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ,ଉଭୟ ରାଉରକେଲାର ବୋଲି ଜଣାପଡିଛି। ମୃତକଦ୍ୱୟ ହେଲେ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ରେଲୱେ କଲୋନୀର ବିକାଶ ରାଓ।

ଗତ ରାତିରେ ଉଭୟ ଟିକେଟ କାଟି ଜେନେରାଲ ବଗିରେ ଉଠିଥିଲେ। କିନ୍ତୁ ଆଜି ଭୋର୍ ୩ଟା ୪୫ମିନିଟରେ ଚକ୍ରଧରପୁର ଡିଭିଜନ୍ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭ୍ୟଙ୍କର ମୃତ୍ୟୁ ହୋଇଯାିଥିଲା । ଅଜିତ ଓ ବିକାଶଙ୍କ ମୃତଦେହ ଚକ୍ରଧରପୁର ହସ୍ପିଟାଲରେ ରହିଛି। ଉଭୟଙ୍କ ପରିବାର ସଦସ୍ୟ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯିବ ।