ଆସନ୍ତା ୧୫ ତାରିଖରେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ୍; ହାୱଡ଼ାରୁ ପୁରୀ ଅଭିମୁଖେ ଗଡିବ

0

ଭୂବନେଶ୍ୱର: ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ୍ । ଏନେଇ ଯାତ୍ରୀମାନଙ୍କ ବିତରେ ଯେଉଁ ଆଗ୍ରହ ରହିଛି, ତାହା ଏବେ ପୂରଣ ହେବାକୁ ଯାଉଛିା ଆସନ୍ତା ୧୫ ତାରିଖରେ ଗଡିବ ବନ୍ଦେ ଭାରତ ଏକ୍ସେପ୍ରେସ୍ । ଏନେଇ ସ୍ପଷ୍ଟ କରାଯାଇଛି । ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିବେ । ପୁରୀରେ ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବେ ।
ରେଳ ବିଭାଗର ସୂଚନା ଅନୁଯାଇ ବନ୍ଦେ ଭାରତ ଏକ୍ସେପ୍ରେସ୍ ଦେଶରେ ପ୍ରାୟ ୯ଟି ରୁଟ୍ରେ ଚଳାଚଳ କରୁଛିା ଏହି ଟ୍ରେନ୍ ପ୍ରତିଦିନ ସକାଳ ୬ଟା ୧୦ରେ ଏହି ସେମୀ ହାଇସ୍ପୀଡ୍ ଟ୍ରେନ୍ ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିବ। ସକାଳ ୭ଟା ୩୮ରେ ଖଡ଼ଗପୁରରେ, ୯ଟା ୪୫ରେ ଭଦ୍ରକ, ୧୦ଟା ୨୫ରେ ଯାଜପୁର କେନ୍ଦୁଝର ରୋଡ୍, ୧୧ଟାରେ କଟକ, ୧୧ଟା ୨୫ରେ ଭୁବନେଶ୍ବର, ୧୧ଟା ୪୫ରେ ଖୋର୍ଦ୍ଧାରୋଡ୍ ଅତିକ୍ରମ କରି ୧୨ଟା ୩୫ ସୁଦ୍ଧା ପୁରୀରେ ପହଞ୍ଚିବ। ପରେ ଅପରାହ୍ଣ ୧ଟା ୫୦ରେ ପୁରୀରୁ ହାଓ୍ୱଡା ଅଭିମୁଖେ ବାହାରି ରାତି ୮ଟା ୩୦ ସୁଦ୍ଧା ପହଞ୍ଚିବ।
ଏହି ଟ୍ରେନର କୋଚରେ ଜିପିଏସ ଆଧାରିତ ଯାତ୍ରୀ ସୂଚନା ବ୍ୟବସ୍ଥା ଭଳି ଅତ୍ୟାଧୁନିକ ସୁବିଧା ରହିଛି, ବାୟୋ-ଭାକ୍ୟୁମ୍ ଟଏଲେଟ୍, ଏଗଜିକ୍ୟୁଟିଭ୍ କ୍ଲାସର ରୋଟେଶନାଲ୍ ସିଟ୍ ଆଦି ଅତ୍ୟାଧୁନିକ ସେବା ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୨୦୦ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବା ପାଇଁ ରେଳ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି। ୧୮୦ କି.ମି ପ୍ରତି ଘଣ୍ଟା ବେଗରେ ଦୌଡୁଥିବା ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଭାରତରେ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି ।