ଝିଅର ଅନ୍ତିମ ସକôାର ପାଇଁ ଅଢେଇ ବର୍ଷ ଧରି ଅପେକ୍ଷା କରିଛନ୍ତି ଶ୍ରଦ୍ଧାଙ୍କ ବାପା…

0

ବହୁ ଚର୍ଚ୍ଚିତ ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା ମାମଲା । ପ୍ରେମିକାକୁ ଅତି ନିର୍ମମ ଭାବେ ମାରି ଖଣ୍ଡ ଖଣ୍ଡ କରିଥିଲା ସୈତାନ ପ୍ରେମିକ । ଆଉ ମାରି ସାରିବା ପରେ ଫ୍ରିଜରେ ସାଇତି ରଖିଥିଲା ମୃତଦେହ । ହତ୍ୟାକାଣ୍ଡକୁ ବିତିଲାଣି ଦୁଇ ବର୍ଷ । ହେଲେ ଆଜିବି ବକ୍ସରେ ସାଇତା ରହିଛି ଶ୍ରଦ୍ଧାଙ୍କ ସେଇ ଖଣ୍ଡ ଖଣ୍ଡ ଶରୀର । କିନ୍ତୁ ଆଜି ଯାଏଁ ଶ୍ରଦ୍ଧାଙ୍କୁ ନ୍ୟାୟ ମିଳିପାରିନି କି ବାପାଙ୍କୁ ଅନ୍ତିମ ସଂସ୍କାର ପାଇଁ ଝିଅର ଖଣ୍ଡବିଖଣ୍ଡିତ ଶରୀର ମିଳିପାରିନି । ଦିଲ୍ଲୀର ମହରୌଲି ଥାନାର ପାଖାପାଖି ଅଢେଇ ବର୍ଷ ହେବ ଷ୍ଟୋରରୁମରେ ଏକ ବକ୍ସରେ ବନ୍ଦ ରହିଛନ୍ତି ଶ୍ରଦ୍ଧା ୱାକର । ଥାନା ଠାରୁ ସାକେତ୍ କୋର୍ଟ ୪କିଲୋମିଟର ଦୁରରେ ରହିଛି ।

ଜୁନ୍ ୧ତାରିଖ ୨୦୨୩ରୁ ମାମଲା ଏହି କୋର୍ଟରେ ବିଚାରଧୀନ ହୋଇ ରହିଛି । ମାମଲା କୋର୍ଟରେ ବିଚାରଧୀନ ଅବସ୍ଥାରେ ଥିବା କାରଣରୁ ଏହି ବକ୍ସ ଥାନାରୁ କୋର୍ଟ ଏବଂ କୋର୍ଟରୁ ଥାନା ହେଉଛି । ଗତ ଅଢେଇ ବର୍ଷ ଭିତରେ ଯେବେ ଯେବେ ବାପା ବିକାଶ ୱାକର୍ ସକେତ କୋର୍ଟରେ ହାଜର ହୁଅନ୍ତି ସେବେ ସେବେ ବକ୍ସ ଭିତରେ ବନ୍ଦ ଥିବା ଝିଅ ଶ୍ରଦ୍ଧାକୁ ସାମ୍ନାରେ ପାଆନ୍ତି । ଜଣାନାହିଁ ଏହା କି ପ୍ରକାର ଆଇନ୍… ଜଣେ ଅସହାୟ ଓ ଭାଙ୍ଗିପଡିଥିବା ବାପା ସହ ଖେଳୁଛି । ଯେଉଁ ବାପାର ଯବାନ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରାଗଲା ।

ଶ୍ରଦ୍ଧାକୁ ଜାଣିନଥିବା ଲୋକ ବି ଶ୍ରଦ୍ଧାଙ୍କ ହତ୍ୟା କାହାଣୀ ଶୁଣି ଦୁଃଖରେ ଭାଙ୍ଗିପଡିଲା । ସେହି ଶ୍ରଦ୍ଧାଙ୍କ ଅନ୍ତିମ ସଂସ୍କାର ପାଇଁ ଆଜି ତାଙ୍କ ବାପା ଅଢେଇ ବର୍ଷ ହେବ ଅପେକ୍ଷା କରିରହିଛନ୍ତି । ଏବେ କୋର୍ଟ ନିଷ୍ପତ୍ତି ନେଇଛନ୍ତି ଯେ ମାର୍ଚ୍ଚ ମାସରୁ ଏହି ମାମଲାର ପ୍ରତିଦିନ ଶୁଣାଣି ହେବ। ତଥାପି, ଏହି ମାମଲାରେ ବହୁତ କାର୍ୟ୍ୟାନୁଷ୍ଠାନ ଏପର୍ୟ୍ୟନ୍ତ ଅସମ୍ପୂର୍ଣ୍ଣ ଅଛି।