ପରଲୋକରେ ହ୍ରିତିକଙ୍କ ଆଇ ପଦ୍ମା ରାଣୀ

ପରଲୋକରେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ଆଇ ପଦ୍ମା ରାଣୀ ।

0

(ମୁମ୍ବାଇ) : ପରଲୋକରେ ବଲିଉଡର ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କ ଆଇ ପଦ୍ମା ରାଣୀ । ବଲିଉଡରୁ ଲଗାତାର ଭାବେ ଦୁଃଖଦ ଖବର ସାମ୍ନାକୁ ଆସିଛି । ୯୧ ବର୍ଷ ବୟସରେ ହ୍ରିତିକଙ୍କ ଆଇ ପଦ୍ମା ରାଣୀ ଓମପ୍ରକାଶଙ୍କ ଦେହାନ୍ତ ହୋଇଛି। ଗୁରୁବାର ମୁମ୍ବାଇରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ହ୍ରିତିକଙ୍କ ବାପା ରାକେଶ ରୋଶନ ସୂଚନା ଦେଇଛନ୍ତି।

ପଦ୍ମା ରାଣୀ ଓମପ୍ରକାଶ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ଥିଲେ। ହ୍ରିତିକଙ୍କ ଆଇ ପଦ୍ମା ରାଣୀ ବଲିଉଡର ଫେସମ ଫିଲ୍ମ ମେକର ଜେ ଓମ୍‌ ପ୍ରକାଶଙ୍କ ସ୍ତ୍ରୀ। ୨୦୧୯ ଅଗଷ୍ଟ ୭ ତାରିଖରେ ଜେ ଓମ୍‌ ପ୍ରକାଶଙ୍କ ଦେହାନ୍ତ ହୋଇଥିଲା। ସେ ହ୍ରିତିକଙ୍କ ମା’ ପିଙ୍କି ରୋଶନଙ୍କ ବାପା ଥିଲେ।

 

ପଦ୍ମାରାଣୀ ଓମ୍‌ ପ୍ରକାଶ ଗତ ୨ ବର୍ଷ ହେଲା ରୋଶନ ପରିବାର ସହ ମିଶି ରହୁଥିଲେ। ପ୍ରାୟତଃ ସୋଶାଲ ମିଡିଆରେ ପିଙ୍କି ରୋଶନ ନିଜ ମା’ଙ୍କ ଫଟୋ ଶେୟାର କରନ୍ତି। ପିଙ୍କି ତାଙ୍କ ଯତ୍ନ ନେଉଥିଲେ। ହ୍ରିତିକ୍ ଓ ତାଙ୍କ ଭଉଣୀ ଅଜା-ଆଇଙ୍କର ଅତି ନିକଟତର ଥିଲେ। ଜେ ଓମ୍ ପ୍ରକାଶ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଆପ୍ କି କସମ’ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ।