ନିଜଆଡୁ ମାମଲା ରୁଜୁ କଲେ ଓଏଚଆରସି

କଟକ/ଜଗନ୍ନାଥ ମହାନ୍ତି: ହାଇଦର ଏନକାଉଣ୍ଟର ଘଟଣାରେ ଓଡିଶା ମାନବିକ ଅଧିକାର ଆୟୋଗରେ ମାମଲା। ନିଜଆଡୁ ମାମଲା ରୁଜୁ କଲେ ଓଏଚଆରସି। ଗୃହ ସଚିବ, ପୋଲିସ ଡିଜି, ଜେଲ ବିଭାଗ ଡିଜି ଓ ପୋଲିସ କମିଶନର ଙ୍କୁ ନୋଟିସ ଜାରି। ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ। ୪ ସପ୍ତାହ ପରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଓଏଚଆରସି ଅଧ୍ୟକ୍ଷ ଜଷ୍ଟିସ ବି କେ ପଟେଲ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କ ଖଣ୍ଡପୀଠଙ୍କ ନିର୍ଦ୍ଦେଶ।