(ଉତ୍ତରପ୍ରଦେଶ) : ଗଭୀର ଗାଢ଼କୁ ଖସି ଦୁର୍ଘଟଣା ଗ୍ରସ୍ତ ହେଲା ବସ । ଉତ୍ତରପ୍ରଦେଶର ଉତ୍ତରକାଶୀ ନିକଟରେ ରବିବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯମୁନୋତ୍ରୀ ଲାଗି ଯାଉଥିବା ବସରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ଯମୁନୋତ୍ରୀ ହାଇଓ୍ବେର ଡାମଟା ନିକଟରେ ଘଟିଛି । ବସରେ ମଧ୍ୟପ୍ରଦେଶର ୪୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି ।
ଡିଜିପିଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୧୭ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଗୁରୁତର ହୋଇଛନ୍ତି । ପୁଲିସ ଏବଂ ଏସଡିଆରଏଫର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଅନ୍ୟପଟେ ଗତ ଦୁଇଦିନ ତଳେ ଏକ ବସ ଗୋଆରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ୨୯ ଜଣ ଲୋକ ଥିଲେ। ତେବେ କମଲାପୁରା ନିକଟରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟେମ୍ପୋ ସହ ବସ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା। ଏଥିସହ ବସ୍ ରାସ୍ତା କଡ଼କୁ ମଧ୍ୟ ଓଲଟି ପଡ଼ିଥିଲା।