ଭୁବନେଶ୍ୱର : ଜୟ ଜଗନ୍ନାଥ ,
ସମସ୍ତଙ୍କୁ ନମସ୍କାର ଓ ଜୁହାର ବନ୍ଧୁ ଗଣ , ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରା ରେ ଆପଣ ମାନେ ସାରା ଓଡିଶା ରୁ ଏତେ ଶୀତ ରେ ଭୁବନେଶ୍ୱର ଆସିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ । ଜୁନ ମାସ ରେ ବିଜେପି ସରକାର ଗଠନ ହେଲା । ସାତ ମାସ ହୋଇଗଲା । ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ, ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ action କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାର ର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ ।
ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି medicine ପର୍ଯ୍ୟନ୍ତ ସବୁ essential commodity ର ଦର ଏବେ ଆକାଶ ଛୁଆଁ । ମାର୍କେଟ ଉପରେ ସରକାରଙ୍କ control ନାହିଁ । ଆଇ ମା କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି । ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ suicide କରୁଛି । ବୋଝ ଉପରେ ଏହା ନଳିତା ବିଡା ପରି ହୋଇଛି । କିନ୍ତୁ ନେତା ଙ୍କ ସମୟ ନିଜ promotion ରେ ବିତୁଛି । ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି । ମା ମାନେ କାନ୍ଦୁଛନ୍ତି , ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।
ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଚ୍ଛି । ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତା କୁ ଆସିଛି । double engine double ମାଡ । ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼, ସବୁ ଜିନିଷ ରେ GST ଗରିବ ଲୋକ ବେଶୀ GST ଦେଉଛନ୍ତି ।
ବିଜେପି ସରକାର trailer ରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ film release ହେଲା MM ସରକାର । ମହଙ୍ଗା ମାଡ ସରକାର, ମାହାଙ୍ଗା ମାଡ଼ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାର ଙ୍କ ଅସଲ ଚେହେରା ଖୋଲିଦେବ ।