ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ବର୍ତ୍ତମାନ ସୁଦ୍ଧା ୪୦ କୋଟିରୁ ଅଧିକ ଭକ୍ତ ମହାକୁମ୍ଭ ମେଳାକୁ ଆସି ସାରିଲେଣି । ପ୍ରବଳ ଲୋକଙ୍କ ଆଗମନ ଯୋଗୁଁ ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଭୟଙ୍କର ଟ୍ରାଫିକ ସମସ୍ୟା ଦେଖାଯାଉଛି ।ପ୍ରମୁଖ ରାସ୍ତାଗୁଡିକରେ ୩୦୦ କିଲୋମିଟର ପର୍ଯ୍ୟନ୍ତ ଜାମ ଲାଗିରହିଥିବା କୁହାଯାଉଛି । ଏନେଇ ଲୋକଙ୍କର ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି ।
ସେପଟେ ଦିନକ ପାରେ ରହିଛି ମାଘ ପୂର୍ଣ୍ଣିମା । ଏହି ଅବସରରେ ତ୍ରିବେଣୀ ସଙ୍ଗମରେ ମହାସ୍ନାନ ପାଇଁ ଭକ୍ତଙ୍କ ଗହଣ ଲାଗିରହିଛି । ଟ୍ରାଫିକ ଜାମ କାରଣରୁ ତ୍ରିବେଣୀ ସଂଗମରେ ପହଞ୍ଚି ପାରୁନାହାନ୍ତି ଭକ୍ତ । ରାସ୍ତରେ ପଛକୁ ପଛ ଗାଡି ଲାଗିରହିଥିବାର ଦେଖିବାକୁ ମିଳୁଛି । ଅନ୍ୟପଟେ ଭିଡକୁ ଦୁଷ୍ଟିରେ ରଖି ପ୍ରୟାଗରାଜର ସଙ୍ଗମ ଷ୍ଟେସନକୁ ମଧ୍ୟ ୫ ଦିନ ପାଇଁ ବନ୍ଦ କରି ଦିଆଯାଇଛି ।