ମାଲକାନଗିରି/ଆଶିଶ କୁମାର ବାଇନ୍ : ମାଲକାନଗିରି ଜିଲ୍ଲାସ୍ଥ କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳରେ ବିଏସ୍ଏଫ୍ ଯବାନଙ୍କ କମ୍ବି ଅପରେସନ ସମୟରେ ମାଓ ଡମ୍ପ ଠାବ ସହ ବିପୁଳ ପରିମାଣର ବିସ୍ଫୋରକ ଦ୍ରବ୍ୟ ଓ ମାଓ ସାମଗ୍ରୀ ଜବତ କରିଛନ୍ତି ଯବାନମାନେ । ସୂଚନା ଅନୁଯାୟୀ, ଶୁକ୍ରବାର କାଲିମେଳା ଥାନା ବଡ଼ିଗେଟା ୧୪୨ ବାଟାଲିୟନ ବିଏସ୍ଏଫ୍ କ୍ୟାମ୍ପ ଯବାନଙ୍କ ଦ୍ବାରା ସ୍ବତନ୍ତ୍ର ଅପରେସନ୍ କରାଯାଇଥିଲା। ଏହି ସମୟରେ ବେଜଙ୍ଗିୱାଡା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଥି୍ବା ଗୁମ୍ଫା ଭିତରେ ଲୁଚି ରହିଥିନବା ଏକ ମାଓବାଦୀ ଡମ୍ପର ଠାବ କରିଥିଲେ | ସେହି ଡମ୍ପ ମଧ୍ୟରେ ମାଓବାଦୀ ଲୁଚାଇ ରଖୁଥିରବା ୩କେଜି ଓଜନ ଲେଖାଏଁ ୨ଟି ଟିଫିନ ବୋମା, ୬୨ଟି ଜେଲୋଟିନ୍ ଷ୍ଟିକ୍ସ, ୧୨ ଭୋଲ୍ଡର ବ୍ୟାଟେରି ୨ଟି, ୩୯ଟି ମାଓବାଦୀ କ୍ୟାପ୍, ମାଓବାଦୀ ବ୍ୟାନର, ପୋଷ୍ଟର, ମାଓବାଦୀ ପାମ୍ପ୍ଲେଟ୍, ବିଦ୍ୟୁତ୍ ତାର, ଇଲେକ୍ଟ୍ରିକ୍ ପ୍ଲଗ୍ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହୋଇଥିଲା | ବେଜଙ୍ଗିୱାଡା ରିଜର୍ଭ ଜଙ୍ଗଲ କ୍ଷେତ୍ର ଦୀର୍ଘ ଦିନ ଧରି ମାଓବାଦୀ କ୍ୟାଡର ଏବଂ ସେମାନ ନଙ୍କ ସହ ହଯୋଗୀ ବ୍ୟକ୍ତିଙ୍କ ପାଇଁ ଏକ ଗ ଗଡ଼ ହୋଇଆସୁଥିବା ବେଳେ ବିଏସ୍ଏଫ ଫର ଏପରି ପଦକ୍ଷେପ ହେତୁ ଅଞ୍ଚଳରେ ମାଓଗଡ଼କୁ ଏକ ଶକ୍ତ ଧକ୍କା ଲାଗିଛି।