ବିପୁଳ ପରିମାଣର ଗଞ୍ଜେଇ ଜବତ

0

ଲମତାପୁଟ: ବିପୁଳ ପରିମାଣରେ ଗଞ୍ଜେଇ ଜବତ । ଓଡ଼ିଶା ରାସ୍ତା ଦେଇ ଛତିଶଗଡ଼କୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଛି ଏହି ଗଞ୍ଜେଇ । ଗଞ୍ଜେଇ ଭର୍ତ୍ତି ଗୋଟିଏ ପିକଅପ୍ ଭ୍ୟାନ ସହ ୨ ଜଣ ଗଞ୍ଜେଇ ମାଫିଆକୁ ମଧ୍ୟ ପୋଲିସ ଗିରଫ କରିବାରେ ସଫଳ ହେଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ ହରଗଣ୍ଡା ଅଞ୍ଚଳରୁ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ ସଗର ଓ ମରିଛମାଲ ଦେଇ ଛତିଶଗଡ଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ଯୋଜନା ରହିଥିଲା । ଏ ସମ୍ପର୍କରେ କୋରାପୁଟ SP ନିକଟରେ ଖବର ରହିଥିଲା । ପରେ SPଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ ମିଳିତ ଭାବେ ଲମତପୁଟ ଠାରୁ ୧୨ କିଲୋମିଟର ସଗର ଗାଁ ନିକଟ ଛକରେ ନାକାବନ୍ଧି କରି ଗାଡି ଯାଞ୍ଚ କରିଥିଲେ । ହରଗଣ୍ଡା ଅଞ୍ଚଳରୁ ଗୋଟିଏ ପିକୋପ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ନେଇ ପୁଲିସ ସନ୍ଦେହ କରି ଗାଡିକୁ ଅଟକାଇଥିଲା । ଗାଡିକୁ ଯାଞ୍ଚ କରିବା ପରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ ।ମାଛକୁଣ୍ଡ ପୁଲିସ ଗଞ୍ଜେଇ ଭର୍ତ୍ତି ଗାଡ଼ି ସହ ୨ଜଣକୁ ଗିରଫ କରିଥିଲେ । ଜବତ ଗାଡିରୁ ୩ ଶହ ୧୦ କେଜି ଗଞ୍ଜେଇ ଓଜନ କରିଥିଲେ । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ସ୍ଥାନୀୟ ଅଞ୍ଚଳରେ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଏହି ମାମଲାରେ ମାଲକାନଗିରି ଜିଲ୍ଲା ଚିତ୍ରକଣ୍ଡା ଅଂଚଳର ଦୈତାରି ଲକେଇ ଓ ମାଛକୁଣ୍ଡ ଥାନା ଅନ୍ତର୍ଗତ କୁମ୍ଭାରପୁଟ ଗାଁ ର ଖୋଗପତି ଗୋଲାରୀକୁ ପୁଲିସ ଗରଫ କରିଛି । ଏହାର ଅଧିକ ତଦନ୍ତ ଜାରି ରହିଥିବା ନେଇ ନନ୍ଦପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ ମହାପାତ୍ର ପୁଲିସ ପ୍ରକାଶ କରିଛନ୍ତି ।