ସୁବର୍ଣ୍ଣପୁର: ବିପୁଳ ପରିମଣର ଗଞ୍ଜେଇ ଜବତ । ସୁବର୍ଣ୍ଣପୁର ଜିଲ୍ଲା ବିଦୁରୁପାଲି ଛକ ନିକଟରେ କାର ସହ ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ପୋଲିସ । କିନ୍ତୁ ଅଭିଯୁକ୍ତ ଫେରାର ।
ସୂଚନା ଅନୁସାରେ, ସୋନପୁର ପଟରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ପୋଲିସ ଖବର ପାଇଥିଲା । ପରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ବୀରମହାରାଜପୁର ପୋଲିସ ଟିମ୍ ଉକ୍ତ କାରର ପିଛା କରିଥିଲେ I ତେବେ କାର ଟି ହିକୁଡି ଛକରେ ଏକ ଲାଇଟ ଖୁମ୍ବକୁ ଧକ୍କା ଦେଇ ଫେରାର ମାରିଥିଲା I ପୋଲିସ ତାର ପିଛା କରିଥିବା ବେଳେ ବିଦୁରୁପାଲି ଛକ ନିକଟରେ ଚାଳକ କାର ଛାଡ଼ି ଦେଇ ଫେରାର ମାରିଥିବା ଦେଖିବାକୁ ପାଇଥିଲା। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ ତଥା ତହସିଲଦାର ମମତା ମେହେର ଏବଂ ପୋଲିସ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ 65କେଜି 860 ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା । ତେବେ କାର ରେ ଆଉ କେତେ ଜଣ ଅଭିଯୁକ୍ତ ଥିଲେ ତାହା ସୃଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି
ରଖିଛି ।