ବୁଦା ମୂଳରୁ ନର କଙ୍କାଳ ଠାବ

ବୁଦା ମୂଳରେ ନର କଙ୍କାଳ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କାଳିଆ ଗାଁ ନିକଟରେ

0

(କେଉଁଝର) : ବୁଦା ମୂଳରେ ନର କଙ୍କାଳ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ସିରିଗିଡା ପଞ୍ଚାୟତ କାଳିଆ ଗାଁ ନିକଟରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଶନିବାର ଘୁରୁଡିଆ ନାଳ ନିକଟ ବୁଦାମୂଳରେ ଏକ ନରକଙ୍କାଳ ପଡିଥିଲା । ସକାଳେ କିଛି ସ୍ଥାନୀୟ ଲୋକେ ନାଳକୁ ଶୌଚହେବାକୁ ଯାଇଥିବା ବେଳେ ନର କଙ୍କାଳକୁ ଦେଖିଥିଲେ । କଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।କେହି ହତ୍ୟା କରି ମୃତଦେହକୁ ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।