ମାଛ ଧରୁଥିବା ବେଳେ ବୁଦାରୁ ମିଳିଲା ନରକଙ୍କାଳ

0

ବରଗଡ଼: ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗା କଟା ପୋଖରୀରେ ଆଜି ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ମାନେ ସୋହେଲା ଥାନା ପୋଲିସକୁ ଘଟଣା ବିଷୟରେ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳ ଜବତ କରିଛି।

ତେବେ ଘଟଣାସ୍ଥଳରେ ଜବତ ହୋଇଥିବା କଙ୍କାଳରେ ଏବେ ବି ମାଂସ ରକ୍ତ ଲାଗି ରହିଥିବା ବେଳେ ଏହା ଏକ ମହିଳାର କଙ୍କାଳ ବୋଲି ଅନୁମାନ କରାଯାଉଛି। ମିଳିଥିବା କଙ୍କାଳରେ ମହିଳାମାନେ ବ୍ୟବହାର କରୁଥିବା ଅଙ୍ଗବସ୍ତ୍ର ଗୁଡ଼ାଇ ହୋଇରହିଛି । ତେବେ ମିଳିଥିବା କଙ୍କାଳଟି ୪ରୁ ୫ ମାସ ତଳର କଙ୍କାଳ ହୋଇଥିବା ପୋଲିସ ଅନୁମାନ କରୁଛି । ଏନେଇ ସୋହେଲା ପୋଲିସ ଏକ ମାମଲା(ନଂ.୪/୨୦୨୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ କଙ୍କାଳର ନମୂନାକୁ ସଂଗ୍ରହ କରି ଡିଏନ୍‌ଏ ଟେଷ୍ଟ ପାଇଁ ପଠାଇବ ବୋଲି ସୂଚନା ମିଳିଛି।