୧୦ ଦଫା ଦାବି ନେଇ ଶହଶହ ଅଙ୍ଗନୱାଡି କର୍ମୀଙ୍କ ଭିକ୍ଷୋଭ

0

ଭୁବନେଶ୍ୱର: ପୁଣି ତାତିଲେ ଅଙ୍ଗନୱାଡି କର୍ମୀ । କିଛି ଦିନ ବ୍ୟବଧାନ ପରେ ପୁଣି ୧୦ ଦଫା ଦାବିରେ ଭୁବନେଶ୍ୱରରେ ଶହଶହ ଅଙ୍ଗନୱାଡି କର୍ମୀଙ୍କ ଭିକ୍ଷୋଭ । ଏଥି ସହିତ ମଧ୍ୟ ବିଧାନ ସଭା ଘେରାଉ କରିବାକୁ ଉଦ୍ୟମ କରୁଛନ୍ତି । ସେମାନଙ୍କ ମୁଖ୍ୟ ଦାବି ରହିଛିଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ଦାବି । ମାସିକ ବେତନ ୧୮୦୦୦ ଟଙ୍କାକୁ ବୃଦ୍ଧି ଏବଂ ସହାୟିକାଙ୍କୁ ୯୦୦୦ ବେତନ ଦିଆଯାଉ। ମିନି କର୍ମୀ ମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରାଯାଉ। , କର୍ମୀ ମାନଙ୍କ ଋଚୠ ଋଝଓଉ ଏବଂ ଗ୍ରାଚ୍ୟୁଇଟି ଲାଗୁ କରାଯାଉ । ଖାଲି ସେତିକି ନୁହେଁ ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି ଅଙ୍ଗନଓ୍ବଡି କର୍ମୀ । ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯାଉ । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି ସହ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ । ବିଗତ ଦିନ ମାନଙ୍କରେ ଅନେକ ଥର ରାଜ୍ୟ ସରକାରଙ୍କୁ ଗୁହାରୀ କରିଛୁ କିନ୍ତୁ ଆମ ଗୁହାରୀ ସରକାର ଶୁଣୁନାହାନ୍ତି। ପରିଶ୍ରମ ଅଧିକା କରୁଥିବା ବେଳେ ବେତନ କମ ଦେଉଛନ୍ତି ବୋଲି କହିଚନ୍ତି ଅଙ୍ଗନୱାଡି କର୍ମୀ ।