ଶହ ଶହ ଆଳୁ ବସ୍ତା ଏବେ ଗଜା : ଚିନ୍ତାରେ ୩ ବ୍ଲକର ଆଳୁ ଚାଷୀ

0

ବ୍ୟୁରୋ : ଆଳୁ ବସ୍ତାରୁ ବାହାରିଲା ଗଜା । ସରକାରୀ ଶୀତଳ ଭଣ୍ଡାର ନପାଇ ଚାଷୀଙ୍କ ସାହାରା ପାଲଟିଲା ଘରୋଇ ଶୀତଳଭଣ୍ଡାର । ଆମେ କହୁଛୁ ପିପିଲି, ସତ୍ୟବାଦୀ ଓ ନିମାପଡ଼ା ଅଞ୍ଚଳର ଆଳୁ ଚାଷୀଙ୍କ କଥା । ହଜାର ହଜାର ଟଙ୍କାର କ୍ଷତି ସହିଛନ୍ତି ଏହି ଆଳୁ ଚାଷୀ । ଶହ ଶହ ଆଳୁ ବସ୍ତା ଏବେ ଗଜା ହୋଇଗଲାଣି । ଯେଉଁଥିପାଇଁ ଚିନ୍ତାରେ ଏହି ୩ ବ୍ଲକର ଆଳୁ ଚାଷୀ । ଆଳୁ ଚାଷୀ ପୁରୀ ଆଳପୁର ଶୀତଳଭଣ୍ଡାରରେ ଆଳୁବସ୍ତା ରଖିଥିଲେ । କିନ୍ତୁ ଏବେ ସେସବୁ ଆଳୁ ବସ୍ତାରୁ ଗଜା ବାହାରିଛି । ସେପଟ ଶୀତଳଭଣ୍ଡାର ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇଛି । ମାସକୁ ୪୫ରୁ ୪୭ହଜାର ଟଙ୍କା ବିଦ୍ୟୁତ୍ ଦେୟ ଦେବାକୁ ପଡୁଥିବାବେଳେ ସରକାରୀ ସହାୟତା କିଛି ମିଳୁନାହିଁ ବୋଲି ଶୀତଳ ଭଣ୍ଡାର ପକ୍ଷରୁ କୁହାଯାଇଛି ।