ଓଭରବ୍ରିଜ଼ ନିର୍ମାଣ ଦାବିରେ ୨୪ ଘଣ୍ଟା ପରେ ହଟିଲା ଆମରଣ ଅନଶନ

0

(ସତ୍ୟନାରାୟଣ ପାଲ୍/ମୟୁରଭଞ୍ଜ): ଓଭରବ୍ରିଜ଼ ନିର୍ମାଣ ଦାବିରେ ୨୪ ଘଣ୍ଟା ପରେ ବିଶୋଇ ବ୍ଲକ ସମୁଖରୁ ଆମରଣ ଅନଶନ ହଟିଲା । ଓଭରବ୍ରିଜ଼ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଅନଶନ ହଟିଥିଲା । ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବିଶୋଇ ବ୍ଲକରେ ଆମରଣ ଅନଶନରେ ବିଶୋଇ ୟୁଥ ମାସ୍ ର କିଛି ସଦସ୍ୟଙ୍କ ସମେତ ବିଶୋଇ ବ୍ଲକ ନିକଟରେ ଥିବା ପ୍ରତ୍ୟେକ ଗ୍ରାମର ଗ୍ରାମ ବାସୀମାନେ ଏହି ଅନଶନରେ ଯୋଗ ଦେଇଥିଲେ ।
ସୁଚନା ଯେ, ବିଶୋଇ ବ୍ଲକ ଛକ ଜାତୀୟ ରାଜପଥ ଉପରେ ଏକ ଓଭର ବ୍ରିଜ଼ ଆବଶ୍ୟକତା ରହିଥିବା ବେଳେ ଏନଏଚଆଇ କର୍ତ୍ତୃପକ୍ଷ ସେଠାରେ ଓଭର ବ୍ରିଜ଼ ନଥିବାରୁ ଲୋକଙ୍କୁ ବହୁ ସମସ୍ୟାର ସମୁଖୀନ ହେବାକୁ ପଡୁଛି । ବ୍ଲକ ଛକ ଜାତୀୟ ରାଜପଥକୁ ଲାଗି ଟ୍ରେଜେରି ଅଫିସ, ବାଳିକା ଉଚ୍ଚ ବିଦ୍ୟାଳୟ, ଶିଶୁ ମନ୍ଦିର, ବିଶୋଇ ଉଚ୍ଚ ବିଦ୍ୟାଳୟ, ତହସିଲ କାର୍ୟ୍ୟାଳୟ ସମେତ ବ୍ଲକ ଅଞ୍ଚଳର ସମସ୍ତ ମୁଖ୍ୟ ଅଫିସ ରହିଛି । ଏହି ସବୁକୁ ଦୃଷ୍ଟିରେ ରଖି ପୂର୍ବରୁ ବିଶୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଖବର ଶୁଣି ନିଜେ ମୟୁରଭଞ୍ଜ ଲୋକସଭା ସାଂସଦ ମାନ୍ୟବର ବିଶେଶ୍ୱର ଟୁଡୁ ଘଟଣା ସ୍ଥଳରେ ପହଂଚି ଲୋକ ମାନଙ୍କୁ ବୁଝାଇ ଥିଲେ ଏବଂ ୨୦୨୦ ମସିହା ଜାନୁୟାରୀ ମାସ ସୁଧା ଓଭର ବ୍ରିଜ଼ର କାମ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶୃତି, ପ୍ରତିଶୃତିରେ ହିଁ ରହି ଯାଇଥିଲା । ଯାହାଫଳରେ ୟୁଥ ମାସ ଦେବବ୍ରତ ସି ଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ଆମରଣ ଅନଶନରେ ଗତକାଲି ଠାରୁ ବସିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଆଜି ବିଶୋଇ ତହସିଲଦାର ଚନ୍ଦ୍ରଶେଖର, ଏନଏଚଆଇ ଅଥରେଟିକ ଇଞ୍ଜିନିୟର କପିଲ ପ୍ରସାଦ ,ବିଶୋଇ ଥାନା ଭାରପ୍ରାପ୍ତ ଅଧିକାରୀ ସୋଇଲେନ୍ଦ୍ର ଭୂଷଣ ନାଏକ, ବିଡିଓ ଫିରୋଜ ଖାଁନ ବୁଝାସୁଝା କରିବା ସହିତ ୩ମାସ ପରେ ଓଭରବ୍ରିଜ଼ କାର୍ୟ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନରୁ ଲୋକେ ଉଠିଥିଲେ । ତେବେ ଏଠି ପ୍ରଶ୍ନ ଉଠେ ସ୍ଥାନୀୟ ବିଧାୟକ ବୁଢାନ ମୁର୍ମୁ ଓ ସାଂସଦ ବିଶେଶ୍ୱର ଟୁଡୁ ପ୍ରତିଶ୍ରୁତି ଦେଇ ଏବେ ଘଟଣାସ୍ଥଳକୁ ଆସିଲେ ନାହିଁ କାହିଁକି ଏନେଇ ବିଶୋଇ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।