ଭୋକରେ ବିକଳ ପାକିସ୍ତାନ; ଖାଦ୍ୟ କିଣିବା ବଦଳରେ ଲୁଟପାତ କରୁଛନ୍ତି ଲୋକେ

0

ତ କିଛିମାସ ଧରି ପାକିସ୍ତାନରେ ଦେଖାଦେଇଛି ହା ହା କାର । ଭୋକବିକଳରେ ଡହଳବିକଳ ହେଉଛନ୍ତି ଲୋକେ । ପାକିସ୍ତାନର ଲୋକମାନଙ୍କୁ ଅନେକ କଷ୍ଟ କରିବାକୁ ପଡୁଛି ଖାଦ୍ୟ ଓ ପାନୀୟ ପାଇଁ । ସେଠାରେ ଅଟା ମଧ୍ୟ ମିଳୁନାହିଁ । ସେଥିପାଇଁ ଅନେକ ଦୋକାନ ମଧ୍ୟ ବନ୍ଦ ହୋଇଯାଇଛି । ଅପଣମାନେ କିଛିଦିନ ତଳେ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେବାର ଦେଖିଥିବେ । ଯେଉଁଥିରେ ଲୋକମାନେ ଖାଇବା ପାଇଁ ବିକଳ ହୋଇ ଟ୍ରକ୍ ଲୁଟୁଥିଲେ ।

ତେବେ ସୋସିଆଲ ମିଡିଆରେ ପୁଣି ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଭିଡିଓରେ ଦେଖିବାକୁ ମିଳୁଛି ଯେ ଛୋଟ ପିଲାଟି କଦଳୀ ବିକୁଥିବା ବେଳେ ହଠାତ୍ କିଛି ଲୋକ ସେହି ଠେଲାରୁ କଦଳୀ ଲୁଟିବାରେ ଲାଗିଛନ୍ତି । ତେବେ ଟ୍ୱିଟରେ ସେୟାର ହୋଇଥିବା ଏହି ଭିଡିଓଟି ପାକିସ୍ତାନର ବୋଲି ଦାବି କରାଯାଇଛି ।

ଭିଡିଓରେ ଏକ ଛୋଟ ପିଲାଟି ଠେଲାରେ କଦଳୀ ବିକ୍ରି କରିବାକୁ ଆସୁଛିା ପରେ ସେଠାରେ ଥିବା ଲୋକମାନେ ତାକୁ ଘେରି ଯାଇଛନ୍ତିା ହେଲେ ଲୋକମାନେ କଦଳୀ କିଣିବା ବଦଳରେ ଲୁଟିବା ଆରମ୍ଭ କରିଥିଲେ । ପିଲାଟି କାକୁତି ମିନତୀ ହେବା ପରେ ବି ତା କଥା କେହି ଶୁଣି ନଥିଲେ । ସୋସିଆଲ ମିଡିଆରେ ଭିଡିଓ ଦେଖିବା ପରେ ଅନେକ ଲୋକ ବିଭିନ୍ନ ପ୍ରକାର ମତ ରଖିଛନ୍ତିା ଜଣେ ବ୍ୟକ୍ତି ଲେଖିଛନ୍ତି କି ପାକିସ୍ତାନରେ ଅଭାବୀ ଏତେ ବଢିଯାଇଛି ଯେ ଲୋକେ କିଣିବା ବଦଳରେ ଲୁଟ୍ପାତ କରିବାରେ ଲାଗିଛନ୍ତି । ଭିଡିଓଟି ଟ୍ୱିଟରେ ଅମକ୍ସବଚ୍ଛଚ୍ଚମକ୍ଷସକ୍ଟ୍ରଗ୍ଦକ୍ଟଦ୍ଭକ୍ଷଚ୍ଚ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛିା