(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଜାମ୍ମୁ-କାଶ୍ମୀରରେ ବିଚ୍ଛିନ୍ନତାବାଦୀ ଘାଟିରେ ହିଂସା ଖେଳାଉଥିବା ବେଳେ କିନ୍ତୁ ସେମାନଙ୍କର ପିଲାମାନେ ସୁରକ୍ଷିତ ବିଦେଶରେ ପଢୁଛନ୍ତି। ଏପରି ସୂଚନା ଗୃହମନ୍ତ୍ରୀ ଅମିତ୍ ଶାହା ରାଜ୍ୟସଭାରେ କିଛି ଦିନ ତଳେ ଦେଇଥିଲେ । ତଥ୍ୟ ମୁତାବକ ୧୧୨ ବିଚ୍ଛିନ୍ନତାବାଦୀଙ୍କ ୨୨୦ ପିଲା ବିଦେଶରେ ପାଠ ପଢୁଛନ୍ତି କିମ୍ବା ସେଠାରେ ରହୁଛନ୍ତି। ଏଥିରେ ଅନେକ ହୁରିୟତ ନେତା ମଧ୍ୟ ସାମିଲ ଅଛନ୍ତି।
ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ର ମୁତାବକ ସମସ୍ତ ବଡ଼ ନେତାଙ୍କ ପରିବାରର ସଦସ୍ୟ ବିଦେଶରେ ରହୁଛନ୍ତି। ଏହି ବିଚ୍ଛିନ୍ନତାବାଦୀ ନେତା ସ୍କୁଲ ପିଲାଙ୍କୁ ପଥର ଫିଙ୍ଗିବା ପାଇଁ ଉସୁକାଉଛନ୍ତି ଏବଂ ବଳପୂର୍ବକ ସ୍କୁଲ ବନ୍ଦ କରୁଛନ୍ତି। କିନ୍ତୁ ନିଜ ପିଲାଙ୍କୁ ସୁରକ୍ଷିତ ବିଦେଶରେ ପଢାଉଛନ୍ତି ବା ସେଠାରେ ରଖିଛନ୍ତି ।
ଏହି କ୍ରମରେ ତହରିକ ଏ ହୁରିୟତର ଅଧ୍ୟକ୍ଷ ଅଶରଫ ସେହରାଇର ୨ ପିଲା ଖାଲିଦ ଓ ଆବିଦ ଅଶରଫ ସାଉଦି ଆରବରେ କାମ କରୁଛନ୍ତି ଏବଂ ସେଠାରେ ରହୁଛନ୍ତି। ଜମାତ ଏ ଇସଲାମୀର ସଦର ଗୁଲାମ ମୁହମ୍ମଦ ବଟର ପୁତ୍ର ସାଉଦି ଆରବରେ ଡାକ୍ଟର ଅଛି। ମୁସଲିମ ଲିଗର ନେତା ମହମ୍ମଦ ୟୁସୁଫ ମୀର ଓ ଫାରୁକ ଗପତୁରୀର ଝିଅ ମଧ୍ୟ ପାକିସ୍ତାନରେ ମେଡିକାଲରେ ପଢୁଛି। ଅଶରଫ ଲାୟାର ଝିଅ ପାକିସ୍ତାନରେ ମେଡିକାଲ ପାଠ୍ୟକ୍ରମ କରୁଛି। ମହମ୍ମଦ ଶଫି ରେଶୀର ପୁତ୍ର ଆମେରିକାରେ ପିଏଚଡି କରୁଛନ୍ତି। ବିଲାଲ ଲୋନଙ୍କ ଝିଅ-ଜ୍ଵାଇଁ ବ୍ରିଟେନରେ ଅଛନ୍ତି ଏବଂ ତାଙ୍କର ଛୋଟ ଭଉଣୀ ଅଷ୍ଟ୍ରେଲିଆରେ ପଢୁଛନ୍ତି। ଦୁଖତରାମ ଏ ମିଲ୍ଲତର ଆସିଆ ଅନ୍ଦ୍ରାବିର ୨ ପୁତ୍ର ଅଷ୍ଟ୍ରେଲିଆରେ ପଢୁଛନ୍ତି। ସୈୟଦ ଅଲୀ ଶାହା ଗିଲାନୀଙ୍କ ପୁତ୍ର ନିଲମ ଗିଲାନୀ ପାକିସ୍ତାନରେ ଏମବିବିଏସ ପଢୁଛି। ୟୁରିୟତ ନେତା ମୀରବାଇଜ ଉମର ଫାରୁକର ଭଉଣୀ ରାବିଆ ଫାରୁକ ଆମେରିକାରେ ଅଛି ଏବଂ ସେଠାରେ ରହୁଛି। ଡେମୋକ୍ରାଟିକ ମୁଭମେଣ୍ଟ ଲିଡର ଖ୍ଵାଜା ଫରଦୋସ ଓ୍ଵାନିର ଝିଅ ମଧ୍ୟ ପାକିସ୍ତାନରେ ମେଡିକାଲ ପାଠ ପଢୁଛି। ବହିଦତ ଏ ଇସଲାମୀ ନେତା ନିସାର ହୁସୈନ ରାଠେରର ଝିଅ ଇରାନରେ କାମ କରୁଥିବା ବେଳେ ତାଙ୍କ ସ୍ୱାମୀ ସହିତ ରହୁଛନ୍ତି।