ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଥିବା  ଅଭିଯୋଗରେ ସ୍ୱାମୀ ଗିରଫ

0

ଭୁବନେଶ୍ୱର: ବ୍ୟକ୍ତିଗତ ସମସ୍ୟାରୁ  ସ୍ୱାମୀ – ସ୍ତ୍ରୀ ମଧ୍ୟରେ ଝଗଡା । ତା ପରେ ଘର ଝଗଡା ଆସି ପହଂଚିଲା ଥାନାରେ । ନିର୍ଯ୍ୟାତିତ ହେଉଥିବା ଥାନାରେ ଅଭିଯୋଗ ଆଣିଲେ ସ୍ତ୍ରୀ  । ଆଉ ଏବେ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଥିବା  ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରିଣୀ ଜଣକ ୧୭ ବର୍ଷ ତଳେ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିବା ବେଳେ ଉଭୟଙ୍କର ୧୫ବର୍ଷ ଏବଂ ୧୨ବର୍ଷ ବୟସ୍କ ଦୁଇ ପୁତ୍ର ସନ୍ତାନ ଅଛନ୍ତି । ଅଭିଯୁକ୍ତ ସ୍ବାମୀ ଭୁବନେଶ୍ବରର ଏକ ବ୍ୟାଙ୍କରେ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଅଭିଯୋଗକାରିଣୀ ମଧ୍ୟ ବିଏମସି ଜାଗୃତି ଅଧୀନରେ କାର୍ଯ୍ୟ କରୁଥିଲେ । କୌଣସି ଏକ ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ର କରି ଉଭୟ ପତି ପତ୍ନୀଙ୍କ ମଧ୍ୟରେ ନିୟମିତ ଭାବେ ଝଗଡା ହେଉଥିଲା । ଝଗଡା ବେଳେ ଅଭିଯୁକ୍ତ ଜଣକ ଦୁଇ ପୁଅଙ୍କ ସମୁଖରେ ଅଭିଯୋଗକାରିଣୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମଧ୍ୟ ମାରୁଥିଲେ । ଯାହା ଫଳରେ ଅଭିଯୋଗକାରିଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ କ୍ଯାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜର ଦୋଷ ସ୍ଵୀକାର କରିଥିଲେ । ଅଭିଯୁକ୍ତ ଜଣକ ପୂର୍ବରୁ ମଧ୍ୟ ରଣପୁର ଥାନାର ଏକ ମାମଲାରେ ଜଡ଼ିତ ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।