ଘରୋଇ କଳି ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

0

ରାୟଗଡା : ଘରୋଇକଳିରୁ ତୂମୁଳ କାଣ୍ଡ । ସ୍ୱାମୀ ସ୍ତ୍ରୀଙ୍କ ସାମାନ୍ୟ ଝଗଡାରୁ ସ୍ତ୍ରୀର ଜୀବନ ନେଇଯାଇଛି ସ୍ୱାମୀ ।ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇଯାଇଛି।ଏଭଳି ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ସହରର ବୁଦ୍ରାୱାଳସା କଲେଜ ରୋଡ ନିକଟରେ। ମୃତ ମହିଳା ଜଣକ ହେଉଛନ୍ତି ପି. ଗୌରୀଶ୍ରୀ।
ସୂଚନାନୁସାରେ, ଗତକାଲି ରାତିରେ ପି. ଗୌରୀଶ୍ରୀ ଓ ତାଙ୍କ ସ୍ୱାମୀ ଗୌରୀ ପାଲକାଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାପରେ ଉଭୟ ପରିବାର ସହ ଖାଇପିଇ ଶୋଇବାକୁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ସାଢେ଼ ୧୨ ଟା ବେଳେ ଗୌରୀ ପାଲକା ଝିଅକୁ କହିଥିଲେ, “ତୁମ ମା’ ଘର ଭିତରେ ମରିକି ପଡ଼ିଛି, ଯାଇକି ଦେଖିନିଅ”।
ମା’ ତଳେ ପଡ଼ିଥିବା ଦେଖି ଝିଅମାନେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଖବର ପାଇ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ସ୍ତ୍ରୀ କୁ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ ସ୍ୱାମୀ ।