ସ୍ତ୍ରୀକୁ ହତ୍ୟା କରି ଆତ୍ମସମର୍ପଣ କଲା ସ୍ୱାମୀ

0

କାଲିମେଳା: ସ୍ତ୍ରୀ କୁ ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀ l ଧାରୁଆ ଅସ୍ତ୍ରରେ ରାତ୍ର ସମୟରେ ହତ୍ୟା କଲା ସ୍ୱାମୀ l ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ.ଭି- ୬୬ ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ | | ହତ୍ୟାକାରୀ ସ୍ୱାମୀ ନୀପେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣା ପଡ଼ିଛି | କାଲିମେଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡର କାରଣ ଜଣା ପଡ଼ିନାହିଁ l କିନ୍ତୁ ସେପଟେ  ଘରୋଇ କଳହକୁ ନେଇ ଉଭୟଙ୍କ ମଧ୍ୟରେ ବାଦବିବାଦ ଦେଖାଦେଇ ଥିବା କୁହାଯାଉଛି । କୋରାପୁଟ ରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବ ବୋଲି ସୁଚନା ଦେଇଛନ୍ତି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ l