ରେଢାଖୋଲ: ଛାଡ଼ପତ୍ର ସତ୍ତ୍ୱେ ସ୍ତ୍ରୀର ପ୍ରେମିକକୁ ଗୁଳି କରି ସ୍ୱାମୀ ଫେରାର | ଚାରମାଳ ଥାନା ବଡନୂଆପଡା କ୍ଷେତିନାଳୀ ଗାଁରେ ଗୁଳିକାଣ୍ଡ | ଗୁରୁତର ଅବସ୍ଥାରେ ପ୍ରଥମେ ବୁର୍ଲା ଓ ପରେ କଟକ ସ୍ଥାନାନ୍ତର | ୨ବର୍ଷ ତଳେ ଘର ଛାଡି ପ୍ରେମିକଙ୍କ ସହ ରହୁଥିଲେ ମହିଳା | କାଲି ମହିଳାଙ୍କ ପ୍ରେମିକ ଗାଁ ଆସିଥିବା ବେଳେ ଗୁଳିିମାଡ କରିଛନ୍ତି ସ୍ୱାମୀ |
ଖବର ଅନୁଯାୟୀ, ଝାଙ୍କରପଡା ଗାଁର ସ୍ବାଧିନ ପ୍ରଧାନ ତାଙ୍କ ସ୍ତ୍ରୀକୁ ବିବାହର ୧୦ ବର୍ଷ ପରେ ଗତ ବର୍ଷ ଛାଡପତ୍ର ଦେଇଥିଲେ। ତେବେ ମଙ୍ଗଳବାର ଦିନ ତାଙ୍କ ସ୍ତ୍ରୀ ଖେତିନାଳୀ ଗାଁର ପଙ୍କଜ ଦେହୁରୀ ସାଙ୍ଗରେ ରହି ଆସୁଥିଲେ। ପଙ୍କଜଙ୍କ ସହ ଛାଡପତ୍ର ପୂର୍ବରୁ ସମ୍ପର୍କ ଥିବା ସନ୍ଦେହରେ ଅଲଗା ହୋଇଥିଲା । ଶେଷରେ ମଙ୍ଗଳବାର ବିଳମ୍ବିତ ରାତିରେ ନିଶାଶକ୍ତ ଅବସ୍ଥାରେ ସ୍ବାଧିନ ଖେତିନାଳୀ ଯାଇ ଫଙ୍କଜ ଦେହୁରୀଙ୍କୁ ଗୁଳି କରିଥିଲେ। ଏଥିରେ ପଙ୍କଜ ଗୁରୁତର ହୋଇ ଭୀମସାର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।