ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ

0

ହାଇଦ୍ରାବାଦ-: ବିମାନକୁ ବୋମା ଧମକ ପରେ ୟୁ-ଟର୍ଣ୍ଣ ନେଲା ବିମାନ । ଜର୍ମାନୀରୁ ହାଇଦ୍ରାବାଦ ଆସୁଥିବା ବିମାନ ୟୁ-ଟର୍ଣ୍ଣ କରି ଜର୍ମାନୀ ଫେରିଯାଇଛି । ଜର୍ମାନୀର ଫ୍ରାଙ୍କଫର୍ଟ ସହରରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ପାଇବା ପରେ ତାହାକୁ ଫେରାଇ ଦିଆଯାଇଥିଲା । ହେଲେ ଫ୍ରାଙ୍କଫର୍ଟରେ ତଦନ୍ତ ସମୟରେ ବିମନାରୁ କୌଣସି ବୋମା ମିଳିନଥିଲା । କୁହାଯାଉଛି ଯେ ବିମାନଟି ଉଡ଼ାଣ ଭରିବା ପରେ ଏଥିରେ ବୋମା ଥିବା ସୂଚନା ମିଳିଥିଲା । ଏପରି ପରିସ୍ଥିତିରେ ବିମାନଟିକୁ ଫ୍ରାଙ୍କଫର୍ଟକୁ ଫେରାଇ ନିଆଗଲା । ଉଡ଼ାଣ ଆରମ୍ଭ କରିବାର ଦୁଇ ଘଣ୍ଟା ପରେ, ବିମାନଟି ଫ୍ରାଙ୍କଫର୍ଟରେ ପୁଣି ଅବତରଣ କଲା । ଏହି ବିମାନଟି ଲୁଫଥାଂସା ଏୟାରଲାଇନ୍ସର ଥିଲା ।