ସ୍ତ୍ରୀକୁ ମାରି ଥାନାରେ ଚମତ୍କାର ଅଭିନୟ କରୁଥିଲା ପିଶାଚ ସ୍ୱାମୀ…

0

ସୀମା ଟପିଲା ସ୍ୱାମୀର ବର୍ବରତା । ସ୍ତ୍ରୀ କୁ କାଟିଲା ଆ ଉ ପ୍ରେସର କୁକରରେ ସିଝାଇଲା । ସ୍ତ୍ରୀ ଭେଙ୍କଟା ମାଧବୀଙ୍କୁ ନିର୍ମମ ହତ୍ୟା କଲା ସ୍ୱାମୀ ଗୁରୁ ମୂର୍ତ୍ତି । ହତ୍ୟାପରେ ବାଥରୁମରେ ସ୍ତ୍ରୀର ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଲା ପିଶାଚ ସ୍ୱାମୀ । ଆଉ ଶରୀରର କଟା ଖଣ୍ଡକୁ ପ୍ରେସର କୁକୁରରେ ସିଝାଇଲା । ପରେ ପ୍ରମାଣ ନଷ୍ଟ ପାଇଁ ହାଡ ମାଂସ ଅଲଗା କଲା ଏବଂ ତାହାକୁ ବାରମ୍ବାର ସିଝାଇଲା । ଏପରିକି ତିନିଦିନ ଧରି ମୃତ ଦେହର ଖଣ୍ଡକୁ କୁକରରେ ସିଝାଉଥିଲା ନୃଶଂସ ସ୍ୱାମୀ । ସବୁ ପରେ ସିଝା ମାଂସ ଗୁଡିକୁ ବ୍ୟାଗରେ ପୁରାଇ ମୀରପେଟ୍ ହ୍ରଦରେ ପକାଇଲା । ହାଇଦ୍ରାବାଦ ମୀରପେଟ୍‌ ଥାନା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ।


ସୂଚନା ଥାଉକି, ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ବାସିନ୍ଦା ଗୁରୁ ମୂର୍ତ୍ତି ୧୩ ବର୍ଷ ପୂର୍ବେ ଭେଙ୍କଟ ମାଧବୀଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । ପୂର୍ବରୁ ସେ ସେନାରେ କାର୍ୟ୍ୟ କରୁଥିଲେ। ସେଠାରୁ ଅବସର ନେବା ପରେ ବର୍ତ୍ତମାନ କାଞ୍ଚନବାଗ ଊଜଊଙରେ ଆଉଟସୋର୍ସ ସୁରକ୍ଷା କର୍ମୀ ଭାବରେ କାର୍ୟ୍ୟ କରୁଛନ୍ତି । ସେ ପତ୍ନୀ ଭେଙ୍କଟ ମାଧବୀ ଏବଂ ଦୁଇ ପିଲାଙ୍କ ସହିତ ମୀରପେଟର ନ୍ୟୁ ଭେଙ୍କଟେଶ୍ୱର ନଗର କଲୋନୀରେ ଏକ ଭଡା ଘରେ ରହୁଥିଲେ । ଗତ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଲାଗିରହୁଥିଲା ଝଗଡା । ହେଲେ ହଠାତ୍ ଜାନୁଆରୀ ୧୮ ତାରିଖରେ ନିଖୋଜ ହୋଇଯାଇଥିଲେ ମାଧବୀ ।

ମୂର୍ତ୍ତି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ । ପରିବାର ଲୋକଙ୍କ ସହ ସେ ନିଜେ ମୀରପେଟ୍ ପୋଲିସ ଷ୍ଟେସନରେ ମାଧବୀ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ । ମୂର୍ତ୍ତି ତାଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ପୋଲିସ ଷ୍ଟେସନକୁ ଅଭିଯୋଗ କରିବାକୁ ଯାଇଥିଲେ ।ସେଠାରେ ଏପରି ଅଭିନୟ କରିଥିଲେ ଯେପରି ସେ ତାଙ୍କ ସ୍ତ୍ରୀଙ୍କ ବିଷୟରେ କିଛି ଜାଣି ନାହାଁନ୍ତି । ତେବେ ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍ । ସନ୍ଦେହ ହେବାରୁ ଅଧିକ ପଚରାଉଚରା ପାଇଁ ଥାନାରେ ସ୍ୱାମୀଙ୍କୁ ଅଟକ ରଖିଥିଲା ପୋଲିସ । ତୁହାକୁ ତୁହା ଜେରା ପରେ ଅଭିଯୁକ୍ତ ସ୍ୱାମୀ ମୁହଁରୁ ବାହାରିନଥିଲା କିଛି । ଯାହା ଉତ୍ତର ଥିଲା, ସେଥିରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପୂର୍ବ କଥା ଓ ବର୍ତ୍ତମାନ କଥାରେ ରହିନଥିଲା ତାଳମେଳ ।


ପ୍ରଶ୍ନ ବାଣରେ ଛନ୍ଦି ହୋଇଯିବା ପରେ ଶେଷରେ ସତ ମାନିଥିଲା ପିଶାଚ ସ୍ୱାମୀ। ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲା। ମୃତଦେହ ବିଷୟରେ ପଚରା ଯିବାରୁ ସେ ଯାହା କହିଥିଲେ ପୋଲିସ ବି ଆଶ୍ଚର୍ୟ୍ୟ ହୋଇଯାଇଥିଲା । ସେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଏହାକୁ ପ୍ରେସର କୁକରରେ ରାନ୍ଧିଥିଲେ। ଅବିଶିଷ୍ଟ ଅଂଶ ଜିଲ୍ଲାଲଗୁଡ଼ାର ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିବା କହିଥିଲେ। ପୋଲିସ ଏହି ଘଟଣାରେ ମୂର୍ତ୍ତିଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।