(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଗୁରୁବାର ଲୋକସଭାରେ ଆମ ଆଦମୀ ପାର୍ଟିର ସାଂସଦ ଭଗବନ୍ତ ମାନ କୌଣସି ମୁଦାକୁ ନେଇ କହିବାକୁ ଠିଆ ହେବା ବେଳେ ବାଚସ୍ପତି ଓମ ବିଡଲା ତାଙ୍କୁ ଅଟଳାଇ ଚୁପ କରି ବସାଇ ଦେଇଛନ୍ତି । ଏଥିସହ ତାଙ୍କୁ ସଂସଦୀୟ ଆଇନର ପାଠ ପଢାଇବାକୁ ମଧ୍ୟ ଭୁଲିନଥିଲେ ।
ଗୁରୁବାର ଶୂନ୍ୟ କାଳରେ ବିଭିନ୍ନ ସାଂସଦ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ । ସେତିକି ବେଳେ ଆପର ସାଂସଦ ଭଗବନ୍ତ ମାନ ବିଦେଶରେ ଥିବା ଦୂତାବାସ ବିଷୟରେ ପ୍ରଶ୍ନ କରିଥିଲେ । କିନ୍ତୁ ତାଙ୍କ କଥା ସରିବା ପୂର୍ବରୁ ବାଚସ୍ପତି ତାଙ୍କୁ ମଝିରୁ ଅଟକାଇ ସେ ଯେଉଁ ବିଷୟରେ ନୋଟିସ ଦେଇଥିଲେ ସେହି ବିଷୟରେ ପ୍ରଶ୍ନ କରନ୍ତୁ । ଯଦି ବିଷୟ ପରିବର୍ତ୍ତନ କରିବାର ଅଛି ତେବେ ତାଙ୍କଠାରୁ ଅନୁମତି ନେଇ ପରିବର୍ତ୍ତନ କରିବାକୁ କହିଥିଲେ । ଏହାପରେ ବାଚସ୍ପତି ଭଗବନ୍ତଙ୍କ ବିଷୟ ବଦଳାଇବାକୁ ଅନୁମତି ଦେଇଥିଲେ । ତେବେ ସେ ଗୃହକୁ ସୂଚିତ କରାଇଥିଲେ, ଯଦି କାହାକୁ ପ୍ରସଙ୍ଗ ପରିବର୍ତ୍ତନ କରିବାର ଥିବ ମୋଠାରୁ ଅନୁମତି ମାଗିବେ, ମୁଁ ଅନୁମତି ଦେବି ।
ସୂଚନାଯୋଗ୍ୟ, ଭଗବନ୍ତ ପଞ୍ଚାବ ଶିକ୍ଷକଙ୍କ ପ୍ରସଙ୍ଗକୁ ନେଇ ବାଚସ୍ପତିଙ୍କୁ ନୋଟିସ କରିଥିଲେ । କିନ୍ତୁ କହିବା ବେଳକୁ ଦୂତାବାସ ବିଷୟରେ ପ୍ରଶ୍ନ କରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଓମ ତାଙ୍କୁ ଉପରୋକ୍ତ ଉପଦେଶବାଣୀ ଶୁଣାଇଥିଲେ । ଏଥିସହ ସେ କହିଥିଲେ, ମୁଁ ପଢାଲେଖା ସଭାପତି । କେବଳ ଗୁରୁବାର ନୁହେଁ ଏହା ପୂର୍ବରୁ ମଧ୍ୟ ଗୃହ ଚାଲିଥିବା ବେଳେ ଓମ କଠୋର ବ୍ୟବହାର କରିବାର ଦୃଷ୍ଟାନ୍ତ ରହିଛି । ମାନବ ସମ୍ବଳ ବିକାଶ ମନ୍ତ୍ର ରମେଶ ପୋଖରିୟାଲଙ୍କୁ ଉପଦେଶ ଦେଇ କହିଥିଲେ, କୌଣସି ସଦସ୍ୟଙ୍କୁ କହିବାର ଆଜ୍ଞା ନ ଦିଆଯାଉ ।ଏହି କାମ ବାଚସ୍ପତିଙ୍କର ରହିଛି ।