ବ୍ୟୁରୋ : ଗଣତନ୍ତ୍ରର ବିଶେଷ ଅବସରରେ ଭାରତରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ସାମିଲ ହୋଇଥିଲେ । ଶନିବାର ଆୟୋଜିତ ଏକ ପାର୍ଟିରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ କହିଛନ୍ତି ଯେ, ତାଙ୍କର ଡିଏନ୍ଏ ଭାରତୀୟ ଅଟେ । ଯେତେବେଳେ ବି ସେ ଭାରତୀୟ ସଙ୍ଗୀତ ଶୁଣନ୍ତି, ସେତେବେଳେ ସେ ଖୁସି ହୋଇ ନାଚିବା ଆରମ୍ଭ କରନ୍ତି ।
ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ଦ୍ରୌପଦୀ ଦ୍ବାରା ଶନିବାର ଆୟୋଜିତ ଏକ ଭୋଜିରେ ପ୍ରବୋଭୋ ସୁବିଆଣ୍ଟୋ ପ୍ରକାଣ କରିଥିଲେ ଯେ , କିଛି ସପ୍ତାହ ପୂର୍ବରୁ ସେ ଜେନେଟିକ୍ ସିକ୍ୱେନ୍ସିଂ ଟେଷ୍ଟ ଏବଂ ଡିଏନ୍ଏ ପରୀକ୍ଷା କରିଥିଲେ । ଉକ୍ତ ଟେଷ୍ଟରେ ତାଙ୍କର DNA ଭାରତୀୟ ଅଟେ ବୋଲି ଜଣାପଡିଥିଲା ।
ପାର୍ଟି ସମୟରେ ପ୍ରବୋଭୋ କହିଛନ୍ତି, ଭାରତ ଏବଂ ଇଣ୍ଡୋନେସିଆର ଏକ ପ୍ରାଚୀନ ଇତିହାସ ଅଛି । ଉଭୟ ଦେଶ ମଧ୍ୟରେ ସଭ୍ୟତା ସମ୍ପର୍କ ରହିଛି । ଆଜି ବି ଇଣ୍ଡୋନେସିଆ ଭାଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ସଂସ୍କୃତରୁ ଆସିଥିବା ଜଣାପଡିଛି । । ପ୍ରାଚୀନ ଭାରତୀୟ ସଭ୍ୟତାର ପ୍ରଭାବ ସେମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିବା ସେ କହିଛନ୍ତି ।
ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋ ଆହୁରି ପ୍ରକାଶ କରିଛନ୍ତି, ଅଳ୍ପ ସମୟ ପାଇଁ ଆସିଥିଲେ ବି ସେ ଅନେକ କିଛି ଶିଖିବାକୁ ପାଇଛନ୍ତି । ଭାରତ ଆସିଥିବାରୁ ନିଜକୁ ଗର୍ବିତ ମନେ କରୁଛନ୍ତି । ସେ କହିଛନ୍ତି ମୁଁ ଜଣେ ବୃତ୍ତିଗତ ରାଜନେତା ନୁହେଁ, ଭଲ କୂଟନୀତିଜ୍ଞ ମଧ୍ୟ ନୁହେଁ । ଯାହା କହୁଛି, ହୃଦୟରୁ କହୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ, କାର୍ୟ୍ୟକ୍ରମ ଏବଂ ଦାରିଦ୍ର୍ୟ ଦୂରିକରଣ ପ୍ରଚେଷ୍ଟା ମୋତେ ଅନୁପ୍ରାଣୀତ କରିଛି । ଏହା ଆମ ପାଇଁ ପ୍ରେରଣାଦାୟକ । ଆମେ ଭଲ ଉଦାହରଣ ଅନୁସରଣ କରିବା ଉଚିତ୍ ।