ଭୁବନେଶ୍ୱର: ଓଡିଶାର ରାଜନିତୀରେ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଛିଡା ହେଲା ଭଳି ବିରୋଧି ଦଳରେ ମୁଁ କାହାକୁ ମଧ୍ୟ ଦେଖିପାରୁ ନାହିଁ। ମୁଁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଯାଦୁ କଣ ଜାଣିପାରିଲି ନାହିଁ । ସେ ଏଭଳି ଜଣେ ନେତା ଯିଏ ହାତ ହଲାଇ କମ୍ କଥା କହି ଅଧିକ ଭୋଟ୍ ପାଉଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ନବୀନଙ୍କ ଯାଦୁ ସମ୍ମୁଖରେ ଅଲଟ୍ରନେଟିଭ୍ କାହାକୁ ଦେଖିପାରୁନାହିଁ ।ଓଡିଶାର ରାଜନିତୀରେ ନବୀନ ପଟ୍ଟନାୟକ ଯିଏକି ଜଣେ ଲମ୍ବା ମଣିଷ ହୋଇ ଛୋଟ ଗାଡିରେ ବସନ୍ତି କମ୍ କଥା କୁହନ୍ତି କିନ୍ତୁ ବେଶୀ ଭୋଟ୍ ପାଆନ୍ତି। ଓଡିଶାରେ ୨୦୨୪ ରେ ବିଶେଷ ପରିବର୍ତ୍ତନ ଲାଗୁନି। ଯେ ପର୍ଯ୍ୟନ୍ତ ଜଣେ ନେତା ଚାହିଁବନି ସେପର୍ଯ୍ୟନ୍ତ କୌଣସି ଅଧିକାରୀ କଣ କରିବ ।ମନଇଛା କୌଣସି ଅଧିକାରୀ ନିଜ ହୁକୁମ୍ ଚଲାନ୍ତିନି । ଦେଶରେ ରାଜନିତୀରେ ବି ସେଭଳି କିଛି ପରିବର୍ତନ ମୁଁ ଏପର୍ଯ୍ୟନ୍ତ ଅନୁଭବ କରିପାରୁନି ।କାରଣ ଭାରତବାସୀ ମୋଦୀଙ୍କ ପର୍ସନାଲିଟିକୁ ଭଲ ପାଆନ୍ତି ।