ମୁଁ କେବେ ବି କହିନି ମୋ ପୁଅ ଠାକୁର : ବାବା କାଶୀନାଥ

0

ଭୁବନେଶ୍ୱର: ଶିଶୁକୁ କଳକୀ ଅବତାର ରୂପେ ପୂଜା କରାଯାଉଥିବା ପ୍ରସଙ୍ଗରେ ମୁଁହ ଖୋଲିଲେ ବାବା । ମୁଁହ ଖୋଲି ସୂଚନା ଦେଇଛନ୍ତି । ବୈକୁଣ୍ଠ ଧାମ ଆଶ୍ରମର ବାବା କାଶୀନାଥଙ୍କ ସୂଚନା । ସେ କହିଛନ୍ତି କି, କିଛି ବର୍ଷ ତଳେ ଜଣଙ୍କ ଘରେ ପୁଅର ଜନ୍ମଦିନ ପାଳିଥିଲୁ । ସେ ବ୍ୟକ୍ତି ଆମର ଫଟୋ ଉଠାଇଥିଲେ । ପୁଅ ସହ ଆମ ଫଟୋ ଉଠାଇ ତାକୁ ଏଡିଟ କରାଯାଇଛି ।

ପୁଅ ପାଦ ତଳେ ତୁଳସୀ ରଖି ଭାଣ୍ଡାମୀ କରିଛନ୍ତି । ଏ ଫଟୋ ଏବେର ନୁହେଁ, ୧୦ ବର୍ଷତଳର ଫଟୋ। ପୁଅକୁ ସେତେବେଳେ ୪/୫ ବର୍ଷ ହୋଇଥିଲା । ମନ୍ଦ ଉଦ୍ଦେଶ୍ୟ ରଖି କିଛି କୁଚକ୍ରୀ ଏଭଳି କରିଛନ୍ତି । ପୁଅ ପାଦ ତଳେ ତୁଳସୀ ରଖି ଫଟୋ ଉଠାଇଛନ୍ତି କୁଚକ୍ରୀ । କୁଚକ୍ରୀମାନେ ମୋ ସହ ଥିଲେ, ଦୂରେଇ ଯାଇ ଏଭଳି କରିଛନ୍ତି । ମୁଁ କେବେ ବି କହିନି ମୋ ପୁଅ ଠାକୁର । ମୁଁ ଓଡ଼ିଆ ଲୋକ, ଜଗନ୍ନାଥ ସଂସ୍କୃତିର ବିଶ୍ୱାସ କରେ । ମୁଁ ଜଣେ ଆଧ୍ୟାତ୍ମିକବାଦୀ ଲୋକ, ପ୍ରବଚନ ଦିଏ । ଏ ଫଟୋ ବହୁତ ପୁରୁଣା ଫଟୋ । କାହାର ବ୍ୟକ୍ତିଗତ ମତକୁ ନେଇ ମୋର କିଛି କହିବାର ନାହିଁ । ମୁଁ ଭୁଲ କରିନି, ଶ୍ରୀଜଗନ୍ନାଥ ମୋତେ ନ୍ୟାୟ ଦେବେ ବୋଲି କହିଛନ୍ତି କାଶୀନାଥ ।