ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ । ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୫-୨୬ ବର୍ଷ ପାଇଁ ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଅଟକଳ । ସେହିପରି ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ । ମୁଁ ଭୁବନେଶ୍ବରର ୱାର୍ଚ୍ଚ ସ୍କିଲ୍ ସେଣ୍ଟର ପାଇଁ ୧ ଶହ ୨୩ କୋଟି ଟଙ୍କା ପ୍ରସ୍ତାବ ଦେଉଛି, ଯାହା ଦକ୍ଷତା ତାଲିମକୁ ବୃଦ୍ଧି କରିବା ସହିତ ଆନ୍ତର୍ଜାତୀୟ ପ୍ରମାଣ ପତ୍ର ପ୍ରଦାନ କରିବ । ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ସମାପ୍ତ ହେବା ସହିତ, ଦ୍ଵିତୀୟ ପର୍ଯ୍ୟାୟ ପାଇଁ ପାଞ୍ଚ ବର୍ଷ ମଧ୍ୟରେ 1 ହଜାର 1 ଶହ 80 କୋଟି ଟଙ୍କା ଖର୍ଚ୍ଚ କରାଯିବାର ପ୍ରସ୍ତାବ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୱାର୍ଚ୍ଚ ସ୍କିଲ୍ ସେଣ୍ଟରର ନୂତନ କ୍ୟାମ୍ପସ ପ୍ରତିଷ୍ଠା କରାଯିବ ଯାହା କୃଷିଭିଭିକ ଜ୍ଞାନ କୌଶଳ, IT/ITES ଏବଂ ସେମିକଣ୍ଡକ୍ଟର ପ୍ରୟୋଗ ଉପରେ ଧ୍ୟାନ ଦେବ ।