ଆଶୀର୍ବାଦ ଯୋଜନା ଅଧୀନରେ ୮୩ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମୁଁ ପ୍ରସ୍ତାବ ଦେଉଛି;ମୁଖ୍ୟମନ୍ତ୍ରୀ

0

ଆଜି ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ସରକାର ଗଠନ ପରେ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ।।  COVID-୧୯ ମହାମାରୀ କାରଣରୁ ପିତା ବା ମାତା କିମ୍ବା ଉଭୟଙ୍କୁ ହରାଇଥିବା ପିଲାମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କର ଯତ୍ନ ନେବା ପାଇଁ ଆମ ସରକାର ଯଶୋଦା ଅଧୀନରେ ଆଶୀର୍ବାଦ ନାମକ ଉପ-ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ଜୀବନରେ ସକାରାତ୍ମକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଯଶୋଦା ଏବଂ ଆଶୀର୍ବାଦ ଯୋଜନା ଅଧୀନରେ ୮୩ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମୁଁ ପ୍ରସ୍ତାବ ଦେଉଛି ।