ମୁଁ ଅଫିସରଙ୍କୁ କହିଲି  ତେବେ ଆମ ପୋଲିସିର ଲାଭ କଣ : ଖାଦ୍ୟ ଯୋଗାଣ ମନ୍ତ୍ରୀ

0

ଭୁବନେଶ୍ୱର:  ଧାନ କିଣାରେ କଟଣୀ ଛଟଣୀର ପୋଲ ଖୋଲିଲେ ଯୋଗାଣ ମନ୍ତ୍ରୀ। କହିଲେ ସରକାର ଙ୍କ ନୀତି ହେଉଛି ଜିରୋ କଟଣୀ ଚଟଣି । ଅନେକ ଜିଲ୍ଲାରେ କଟଣୀ ଛଟଣି ହୋଇନି କିଛି ଜିଲ୍ଲାରେ ମିଲର ମାନମାନି କରୁଛନ୍ତି ଜିଦି ଧରୁଛନ୍ତି 6 ରୁ 7 କିଲୋ କାଟିବା ପାଇଁ।  ମିଲର କହୁଛନ୍ତି ଚାଷୀ ଏତେ ଟଙ୍କା ପାଉଛନ୍ତି ଆମେ କଣ ପାଇବୁ। ମୋତେ ଆଶ୍ଚର୍ଯ୍ୟ ଲାଗିଲା ଶୁଣିଲି । ମୋତେ ଜଣେ ଆଇଏସ  ଅଫିସର କହିଲେ କୃଷକ ମିଲର ଙ୍କ ମଧ୍ୟରେ ଛାଡ଼ି ଦିଅନ୍ତୁ ଆପଣ ମୁଣ୍ଡ ପୁରାନ୍ତୁନି ସେମାନେ ଆପେ ନେଇଯିବେ । ମୁଁ ଅଫିସରଙ୍କୁ କହିଲି  ତେବେ ଆମ ପୋଲିସିର ଲାଭ କଣ । ଆଶ୍ଚର୍ଯ୍ୟ ଏଭଳିଆ ମାନସିକତା ରହିଛି ସମସ୍ତଙ୍କୁ ପରିବର୍ତ୍ତନ କରିବାକୁ ସମୟ ଲାଗୁଛି।  ଯେତେବଡ଼ ଅଫିସର ହେଉ କଟଣୀ ଚଟଣି ରେ ସହଯୋଗ କଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ଯେଉଁ ମିଲର ମାନେ ଏମିତି କରିବେ ତାଙ୍କ ମିଲ ବ୍ଲାକ ଲିଷ୍ଟେଡ଼ ହେବ।  41 ଲକ୍ଷ ମେଟ୍ରିକ ଟନ ଧାନ କିଣାଯାଇଛି।