ସବୁଦିନ ପାଇଁ ଆଖିବୁଜିଲେ ସାନ ଯାଆ

0

ଭୁବନେଶ୍ୱର; ବଡପଣ ଦେଖାଇଥିଲେ ବଡ ଯାଆ । ସାନ ଯାଆଙ୍କୁ ବଞ୍ଚାଇବାକୁ ନିଜ ଯକୃତ ଦାନ କରିଥିଲେ । କିନ୍ତୁ ବଡ ଯାଆଙ୍କ ବଡପଣ ରହିଲା ନାହିଁ । ଶେଷରେ ସବୁଦିନ ପାଇଁ ଆଖିବୁଜିଲେ ସାନ ଯାଆ । ସଂକ୍ରମଣ ପାଇଁ ତାଙ୍କ ଶରୀରର ଅଙ୍ଗ ପ୍ରେତ୍ୟଙ୍କ ସବୁ ଅକାମୀ ହୋଇ ଯିବାରୁ ସାନ ଯାଆ ଆଖି ବୁଜିଛନ୍ତି । ସତରେ ଏମାନେ ଯାଆ ନଥିଲେ,ଥିଲେ ଦୁଇ ଭଉଣୀ । ଏମାନଙ୍କ ଭଲ ପାଇବାକୁ ବଞ୍ଚାଇ ରଖିବାକୁ ବଡ ଯାଆ ଦାନ କରିଥିଲେ ,ହେଲେ ଦଇବର ଲେଖା କିନ୍ତୁ ଅଲଗା ଥିଲା । ସଂକ୍ରମଣ ପାଇଁ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ଅକାମୀ ହୋଇ ଯିବାରୁ ସାନ ଯାଆ ଆଖି ବୁଜିଛନ୍ତି । ସମ୍ବଲପୁର ଝାଙ୍କର ପାଲି ଗାଁର ଦୁଇ ଯାଆ ପ୍ରତିମା ପ୍ରଧାନ ଓ ଉମାକାନ୍ତି ପ୍ରଧାନ ।ସାନ ଯାଆ ଉମାକାନ୍ତିଙ୍କ ଯକୃତ ସମସ୍ୟା ଥିବାରୁ ବଡ଼ ଯାଆ ପ୍ରତିମା ନିଜ ଯକୃତର କିଛି ଅଂଶ ସାନ ଯାଆକୁ ଦାନ କରିଥିଲେ । ଗତ ଜାନୁଆରୀ ୨୪ ତାରିଖରେ ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ହୋଇଥିଲା ଯକୃତ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର । ଯାହା ସଫଳ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ୨୮ ଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ଉମାକାନ୍ତି ।