ଭୁବନେଶ୍ୱର: ଆଜି ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ। ସନ୍ଧ୍ୟା ସାଢେ ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।ସେହିପରି ରାଜ୍ୟ ସରକାର ବର୍ତ୍ତମାନ ଭିତ୍ତିଭୂମି ବିକାଶ ଏବଂ ରୂପାନ୍ତରଣକୁ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଏହା ଚଳିତ ବର୍ଷ ବଜେଟ ବ୍ୟୟବରାଦରେ ଅଧିକ ମାତ୍ରାରେ ପ୍ରତିଫଳିତ ହୋଇପାରେ। ଏହି ପ୍ରରିପେକ୍ଷୀରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଗତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତରୁ ଅଧିକ ବୃଦ୍ଧି ପାଇପାରେ। ଆଗାମୀ ୨୧ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି କ୍ୟାବିନେଟ ବୈଠକ ବିଶେଷ ଗୁରୁତ୍ୱ ବହନ କରୁଥିବା କୁହାଯାଉଛି।