ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ପ୍ରସ୍ତାବ । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି
ଗତ ସରକାର ସମୟ ରେ 5T ନାଁ ରେ ସ୍ମାର୍ଟ ସ୍କୁଲ କରାଯାଇ ଥିଲା । ସ୍ମାର୍ଟ ସ୍କୁଲ ଗୁଡିକର ରୂପାନ୍ତରରଣ ନାଁ ରେ ବିନା ଯୋଜନାରେ ବିନା ଡିପିଆର ଓ ବିନା ଏଷ୍ଟିମେଟ ରେ ଓଡିଶା ଲୋକଙ୍କ କୁ ଧୋକା ଦିଆଯାଇଛି । କେବଳ ପୁରୁଣା କାନ୍ଥ କୁ ରଙ୍ଗ ଦିଆଯାଇ ଥିଲା । ସ୍ମାର୍ଟ ସ୍କୁଲ ର ଗୋଟେ ଫିଡ଼ର ସ୍କୁଲ ରହିବା କଥା ସେଇଟା ନଥିଲା । କୌଣସି ଭିତ୍ତିଭୂମି ନଥିଲା କେବଳ ଭଙ୍ଗା କାନ୍ଥ ରେ ଚୂନ ବୋଳି ଥିଲେ । ପିଲା ହରଣ ଗୁଣନ ଜାଣି ନଥିଲେ । ଓଡ଼ିଶାର ପିଲା ଙ୍କ ପାଇଁ 5T ନାଁ ରେ ସ୍ମାର୍ଟ ସ୍କୁଲ ବଡ଼ ଧୋକା ଥିଲା । ଆମ ସରକାର ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ କରିବା ପାଇଁ ପ୍ରତି ପଞ୍ଚାୟତର ଗୋଟିଏ ସ୍କୁଲ କୁ ମଡେଲ ସ୍କୁଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଉପରେ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହା କରାଯିବ । ୬୭୯୪ ଗ୍ରାମ ପଂଚାୟତ ରେ ଗୋଟିଏ ଗୋଟିଏ ସ୍ମାର୍ଟ ସ୍କୁଲ କରିବେ ସରକାର । ଗୋଟିଏ ବିଦ୍ୟାଳୟ ପିଛା ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୪ ବର୍ଷ ରେ ଏହା ଶେଷ ହେବ। ୧୧୪ ପ୍ରାଥମିକ ବିଦ୍ୟାଳୟରୁ ଏହାର ଶୁଭାରମ୍ଭ ହେବ ଚଳିତ ଆର୍ଥିକ ବର୍ଷ ରୁ । ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର। ୨୦୨୮ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ।
୨ – ଅର୍ଥ ବିଭାଗର ଦ୍ୱିତୀୟ ପ୍ରସ୍ତାବ । ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ ୫, ୬, ୭ ତାରିଖରେ ଓଡ଼ିଶା ଆସିବେ । ଆମ ପାଞ୍ଚ ବର୍ଷ ର ଯୋଜନା ନେଇ ଆମେ ଦାବି ରଖିବୁ । ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିବୁ ତାଙ୍କ ନିକଟରେ ।
୩ – ସେମି କଣ୍ଡକଟର ନିର୍ମାଣ ପାଇଁ ଆର ଆଇ ଆର ପାୱାର କମିଶନ ଲିମିଟେଡ଼ କୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉ ଥିବା ବର୍ତ୍ତମାନ ଆଉ ୨୦ ପ୍ରତିଶତ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ବ୍ୟୟ କରିବେ ।
୪ – ଶୀତଳ ଭଣ୍ଡାର ପାଇଁ ଆର୍ଥିକ ବ୍ୟବସ୍ଥା ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ପୁଞ୍ଜି ବିନିଯୋଗ ସବସିଡି ଜରିଆରେ ୬୦ ପ୍ରତିଶତ ସବସିଡ଼ି ଯୋଗାଇ ଦେବେ ସରକାର । ସହ ୬ କୋଟି ୫୦ ଲକ୍ଷ ଟଙ୍କା ର ଆର୍ଥିକ ସହାୟତା ଉପରେ ସବସିଡି ଦେବେ ସରକାର । ୪ ଟି ସ୍ଲାବ ରେ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ବିଦ୍ୟୁତ ସବସିଡି ବି ଯୋଗାଇ ଦେବେ ସରକାର । ଅଣ କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର କୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ତଦନ୍ତ କରି ଚୟନ କରାଯିବ । ସେହି କ୍ଷେତ୍ରରେ ମଧ୍ୟ ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ । ଦେଢ଼ କୋଟି ଟଙ୍କା ର ଆର୍ଥିକ ସହାୟତା ବି ରାଜ୍ୟ ସରକାର ଯୋଗାଇ ଦେବେ ।
୫ – ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପୂର୍ବରୁ ସବୁ ଯୋଜନା ଗୁଡ଼ିକ ଲକ୍ଷ୍ୟ ଅନୁଯାୟୀ ଫଳପ୍ରଦ ହୋଇ ନାହିଁ । ଗତ ସରକାର କେବଳ ନିର୍ବାଚନ ପାଇଁ ଯୋଜନା ଆରମ୍ଭ କରି ପରେ ବନ୍ଦ କରି ଦିଅନ୍ତି । ନିର୍ବାଚନ ବେଳେ ଆମ ଓଡ଼ିଶା ନବୀନ ଓଡିଶା ଆରମ୍ଭ ହୋଇଥିଲା ତାହାର ସଂଜ୍ଞା କଣ ବୁଝା ପଡ଼ୁନି । ସଫଳତା ଜମା ହୋଇନି କହିଲେ ନାହିଁ ଚଳେ । କେବଳ ଠିକାଦାରୀ ରେ ସୀମିତ ଥିଲା । ଗ୍ରାମାଞ୍ଚଳର ତ୍ୱରିତ ବିକାଶ ପାଇଁ ନୂଆ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଆରମ୍ଭ କରିଛନ୍ତି । ଏହି ଯୋଜନା କୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଚଳିତ ଆର୍ଥିକ ବର୍ଷ ୧୦୦୦ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି । ପ୍ରତି ବର୍ଷ ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ ହେବ । ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ସବୁ ନିଷ୍ପତ୍ତି ଗ୍ରାମସଭା ଦ୍ୱାରା ନିର୍ଣ୍ଣୟ ହେବ । ପରେ ତାହା ଜିଲ୍ଲାପାଳ ଙ୍କ ଅନୁମୋଦନ ହେବ। ଏଥିପାଇଁ ୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।
୬ – ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ନିୟମାବଳୀ କୁ ରାଜ୍ୟ କ୍ୟାବିନେଟ ରେ ସଂଶୋଧନ କରାଯାଇଛି । ଡାକ୍ତର ନିଯୁକ୍ତି ଅଭାବ କୁ ଦୂର କରି ଡାକ୍ତର ସମସ୍ୟା ଦୂର ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ୫୦୦୦ ନୂଆ ଡାକ୍ତର ଏବଂ ୧୨୬ ଦନ୍ତ ଚିକିତ୍ସିକ କୁ ନିଯୁକ୍ତି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।
୭ – ଶକ୍ତି ବିଭାଗର ଗୋଟିଏ ପ୍ରସ୍ତାବ କୁ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ସେହିପରି ଆଇନ ବିଭାଗର ଗୋଟିଏ ସଂଶୋଧନ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଏହିପରି ଭାବେ ୧୦ ଟି ପ୍ରସ୍ତାବ କୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି ।