ଭୁବନେଶ୍ୱର: ଆଇଏଏସ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡିଶା କ୍ୟାଡର । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ଦ୍ୱିତୀୟ ରାଙ୍କ ପାଇଥିଲେ ଅନିମେଣ ପ୍ରଧାନ ।
ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ପରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ରୁଚି ରଖିଥିବା ସେ କହିଥିଲେ । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୨୪ ନମ୍ବର ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରଙ୍କୁ ମଧ୍ୟ ଓଡିଶା କ୍ୟାଡର ମିଳିଲା । ୨୦୨୩ ସିଭିଲ ସର୍ଭିସ ପରୀକ୍ଷାରେ ୪୦୯ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ମଧ୍ୟ ଓଡିଶା କ୍ୟାଡର ମିଳିଥିବା ସୂଚନା ମିଳିଛି ।