ଭୁବନେଶ୍ୱର: ଆଇଏଏସ ଅଫିସରଙ୍କ ମନ ମର୍ଜି ଉପରେ ଲଗାମ । ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇପାରିବେନି ଆଇଏଏସ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ନିର୍ଦ୍ଦେଶ । ନିର୍ଦ୍ଦେଶରେ ଲେଖା ଯାଇଛି ଅନେକ ଅଧିକାରୀ ମୁଖ୍ୟ ଶସନ ସଚିବଙ୍କ ଅନୁମତିରେ ଛୁଟି ନେଇ ଯାଉଛନ୍ତି । ହେଡ଼ କ୍ୱାର୍ଟର ମଧ୍ୟ ଛାଡ଼ି ଦେଉଛନ୍ତି । ଯାହାଦ୍ୱାରା ସରକାରୀ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ।
ତେଣୁ ମୁଖ୍ୟ ଶସନ ସଚିବଙ୍କ ବିନା ଅନୁମତିରେ ଛୁଟି ନନେବାକୁ ଆଇଏଏସ ମାନଙ୍କୁ ନିର୍ଦ୍ଦେଶ । ନବୀନ ସରକାରରେ ଅଫିସରଙ୍କ ମନମୁଖୀ ବିଦେଶ ଗସ୍ତ ନେଇ ସାଧାରଣ ପ୍ରଶାନ ବିଭାଗକୁ ନେଇ ପ୍ରଶ୍ନ ଉଠିଥିଲା । କାହିଁକି ଅନେକ ଅଫିସରଙ୍କ ବିଦେଶ ଗସ୍ତ ନେଇ ଜିଏ ପାଖରେ ସୂଚନା ରହୁନଥିଲା ।