(ରିପୋଟର୍ସ ଟୁଡେ);-ବଢିଲା ଆଇଏଏସ ମନୀଷ ଅଗ୍ରୱାଲଙ୍କ ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ସୂଚନାମୁତାବକ, ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାକୁ ନେଇ ବାରମ୍ବାର ନୋଟିସ ହୋଇଥିଲା । କିନ୍ତୁ ନୋଟିସକୁ ବେଖାତିର କରିଥିଲେ ଆଇଏଏସ ମନୀଷ ଅଗ୍ରୱାଲ । ଯାହା ଫଳରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଏସଡିଜେଏମ୍ କୋର୍ଟ । ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି ମନୀଷ ।