ଗାଁ ବୁଲିବେ ଜନତାଙ୍କ ଅତି ନିକଟରେ ପହଞ୍ଚି ସବୁ ପରଖିବେ ବାବୁ

0

ବ୍ୟୁରୋ : ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ଯ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ୩୦ଟି ଜିଲ୍ଲା ପାଇଁ ୩୦ ଜଣ ଆଇଏଏସଙ୍କୁ ଦାୟିତ୍ୱ ଦେଇଛନ୍ତି ଉନ୍ନୟନ କମିଶନର।