ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ   : ଶକ୍ତି ଦୁବେ ବ୍ୟାଚ ଟପ୍ପର

0

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇଏଏସ  ରେଜଲ୍ଟ   । ଆଇଏଏସ  ରେଜଲ୍ଟ-୨୦୨୪ରେ   ଶକ୍ତି ଦୁବେ ବ୍ୟାଚ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ହର୍ଷିତା ଗୋୟଲ , ତୃତୀୟରେ ଡୋଙ୍ଗରେ ଅର୍ଚ୍ଚିତ ପରାଗ ,  ଚତୁର୍ଥରେ ଶାହ ମାର୍ଗି ଚିରାଗ , ପଞ୍ଚମରେ  ଆକାଶ ଗର୍ଗ ଷଷ୍ଠରେ କୋମଲ ପୁନିଆ, ସପ୍ତମରେ  ଆୟୁଶି ବଂଶଲ , ଅଷ୍ଟମରେ ରାଜ କ୍ରିଷ୍ଣା ଝା, ନବମ ସ୍ଥାନରେ  ଆଦିତ୍ୟ ବିକ୍ରମ ଅଗ୍ରୱାଲ , ଦଶମରେ ମୟଙ୍କ ତ୍ରିପାଠୀ , ୪୮ତମ ସ୍ଥାନରେ ଓଡିଶାର ରିତିକା ରଥ  ରହିଛନ୍ତି ।

ସେହିପରି ୯୫ ସ୍ଥାନରେ ଓଡିଶାର ଦେବିକା ପ୍ରିୟଦର୍ଶିନୀ , ୯୬ ସ୍ଥାନରେ ଓଡିଶାର ଆଦିତ୍ୟ ଆଚାଯ୍ୟ । ୧୬୪ରେ ଦୀପ୍ତି ରଂଜନ ପତି , ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ , ୧୯୮ରେ ଆଶୁତୋଷ ମିଶ୍ର ,୨୧୨ ରାଙ୍କରେ ଅନୁପ ନାୟକ ।

ୟୁପିଏସସି ସିଭିଲ୍ ସର୍ଭିସେସ୍ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପରେ, ଏବେ ସଫଳ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପସନ୍ଦ, ରାଙ୍କ ଏବଂ ଉପଲବ୍ଧତା ଆଧାରରେ ବିଭିନ୍ନ ସେବା ଏବଂ କ୍ୟାଡର ପ୍ରଦାନ କରାଯିବ। ଏହି ଆବଣ୍ଟନ ଭାରତ ସରକାରଙ୍କ ନୀତି ଅନୁଯାୟୀ ହେବ। ଫଳାଫଳ ଘୋଷଣା ହେବା ପରେ ପ୍ରାର୍ଥୀମାନଙ୍କୁ ସେମାନଙ୍କ ଭୂମିକା ବଣ୍ଟନ କରାଯିବ।