ମା’ ହେଲେ ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି

0

ଜୟପୁର: ମା ହେଲେ ଆଇଏଏସ୍‌ ଟିନା ଡାବି | ଆଇଏଏସ୍‌ ଟିନା ଡାବି ଗତ କିଛି ମାସ ହେବ ଗର୍ଭବତୀ ଥିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏବେ ଜୟପୁରର ଏକ ହସ୍ପିଟାଲରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା ଡାବି । ୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ସ୍ୱାମୀ ପୁତ୍ର ସନ୍ତାନକୁ ପାଇ ବେଶ୍ ଖୁସି । ଘରକୁ କୁନି ଅତିଥି ଆସିବା ପରେ ଆଇଏଏସ୍ ଦମ୍ପତ୍ତିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।  ଜୁଲାଇ ୨୦୨୨ରେ ଟିନା ରାଜସ୍ଥାନର ଜୈସଲମେରର କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ। ଜୁଲାଇ ୫ରୁ ଟିନା ଡାବି ମ୍ୟାଟରନିଟି ଲିଭରେ ଥିବାରୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚର ଆଇଏଏସ୍ ଆଶିଷ ଗୁପ୍ତାଙ୍କ ଦାୟିତ୍ୱ ଦିଆଯାଇଥିଲା ।

୨୦୧୫ ରେ ଆଇଏଏସ୍ ଟିନା ଡାବି UPSCରେ ଟପ୍‌ କରିଥିଲେ । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ଲୋକପ୍ରିୟ ଥିଲେ। ସେ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ସେ ଗତ ବର୍ଷ ଏପ୍ରିଲରେ ୨୦୧୩ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଉଭୟଙ୍କ ଏହି ବିବାହ ଜୟପୁରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ଏକ ପଞ୍ଚ ତାରକା ହୋଟେଲରେ ରିସେପ୍ସନ୍ କରିଥିଲେ। ଯେଉଁଥିରେ ସରକାରୀ କର୍ମଚାରୀଙ୍କ ସହ ରାଜନୈତିକ ବ୍ୟକ୍ତିତ୍ୱମାନେ ମଧ୍ୟ ଭାଗ ନେଇଥିଲେ।