ଦିନିକିଆ ବିଶ୍ୱକପ ପାଇଁ ଲିଷ୍ଟ ଘୋଷଣା କଲା ଆଇସିସି

0

ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସୂଚୀ ଘୋଷଣା କରିଛି ଆଇସିସି । ମ୍ୟାଚ କେଉଁଠି କହା ସହ କେଉଁ ଦିନ ଖେଳାଯିବ ତାହାର ସଂପୂର୍ଣ୍ଣ ଲିଷ୍ଟ ସାମ୍ନାକୁ ଆସିଛି ।ଅକ୍ଟୋବର ୫ ତାରିଖରୁ ଆଇସିସି ବିଶ୍ବକପ ୨୦୨୩ର ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ । ଦୁନିଆର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଅକ୍ଟୋବର ୫ରୁ ଆରମ୍ଭ ହୋଇ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।

ବିଶ୍ବକପ ୨୦୨୩ରେ ଟିମ୍ ଇଣ୍ଡିଆର ଲିଷ୍ଟ :

୮ ଅକ୍ଟୋବର : ଭାରତ ବନାମ ଅଷ୍ଟ୍ରେଲିଆ(ଚେନ୍ନାଇ)
୧୧ ଅକ୍ଟୋବର : ଭାରତ ବନାମ ଆଫଗାନିସ୍ତାନ ( ଦିଲ୍ଲୀ)
୧୫ ଅକ୍ଟୋବର : ଭାରତ ବନାମ ପାକିସ୍ତାନ (ଅହମଦାବାଦ)
୧୯ ଅକ୍ଟୋବର : ଭାରତ ବନାମ ବାଂଲାଦେଶ ( ପୁନେ)
୨୨ ଅକ୍ଟୋବର : ଭାରତ ବନାମ ନ୍ୟୁଜିଲାଣ୍ଡ ( ଧର୍ମଶାଳା)
୨୯ ଅକ୍ଟୋବର : ଭାରତ ବନାମ ଇଂଲଣ୍ଡ (ଲକ୍ଷ୍ନୌ)
୨ ନଭେମ୍ବର : ଭାରତ ବମାନ କ୍ବାଲିଫାୟର (ମୁମ୍ବାଇ)
୫ ନଭେମ୍ବର : ଭାରତ ବନାମ ଦକ୍ଷିଣ ଆଫ୍ରିକା (କୋଲକତା)
୧୧ ନଭେମ୍ବର : ଭାରତ ବନାମ କ୍ବାଲିଫାୟର ଟିମ୍ (ବେଙ୍ଗାଲୁରୁ)