ନୂଆଦିଲ୍ଲୀ: ଚାଲିଛି ଆଇସିସି ଚମ୍ପିଆନ ଟ୍ରଫି ୨୦୨୫ରେ ଦୁଇ ଦେଶର ମହାମୁକାବିଲା । ଦୁବାଇରେ ଭାରତ- ଅଷ୍ଟେଲିଆ ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେଉଛି । ଟସ୍ ଜିତି ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ । ବୋଲିଂ କରୁଛି ଭାରତ । ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ କରିନି ଭାରତ । ଅଷ୍ଟ୍ରେଲିଆ ଦଳରେ ୨ ପରିବର୍ତ୍ତନ ହୋଇଥିବା ବେଳେ ତନବୀର, କୁପର ସାମିଲ କରିଛନ୍ତି । ତେବେ ସ୍ପିନର ଉପରେ ଉଭୟ ଟିମ ଭରସା କରିଛନ୍ତି । ପ୍ରଥମ ଗ୍ରୁପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ବାଂଲାଦେଶକୁ ପରାଜିତ କରିଥିଲା । ଏହାପରେ ଦଳ ପାକିସ୍ତାନ ଏବଂ ତାପରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା ।