ଶାନ୍ତ ରଖିବା ସହ ମନକୁ ସ୍ଥିର ରଖେ ଆଇସକ୍ରିମ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଖରା ଦିନ ଆସିଲା ମାତ୍ରେ ସମସ୍ତେ ଆଇସକ୍ରିମରେ ଖାଇବାକୁ ପସନ୍ଦକରନ୍ତି । ଖରାର ପ୍ରକୋପରୁ ଆଶ୍ୱସ୍ତି ଲାଭ କରିବା ପାଇଁ ଆଇସକ୍ରିମର ମଜା ନିଅନ୍ତି ସମସ୍ତେ । ମାତ୍ର ଆପଣ ଜାଣନ୍ତି କି ଆଇସକ୍ରିମରେ କଣ ରହିଛି ସ୍ୱାସ୍ଥ୍ୟ ପାଇଁ ହିତକର ଗୁଣ । ଆଇସକ୍ରିମରେ କ୍ୟାଲସିୟମର ମାତ୍ରା ଅଧିକ ରହିଛି। ଏହା ଆପଣଙ୍କ ହାଡକୁ ମଜଭୂତ କରିଥାଏ। ଏହାସହ ଶରୀରକୁ ଶକ୍ତି ମିଳିଥାଏ। ଆଇସକ୍ରିମରେ କାର୍ବୋହାଇଡ୍ରେଟସ୍, ଫ୍ୟାଟ ଓ ପ୍ରୋଟିନ ରହିଥିବା ବେଳେ ଭିଟାମିନ- ଏ, ଡି, କେ, ବି-୬, ବି-୧୨ ଓ ଭିଟାମିନ-ଇ ମିଳେ। ଏହା ଶରୀରକୁ ଅନେକ ପ୍ରକାରର ଲାଭ ପହଞ୍ଚାଇଥାଏ। ଏହା ଶରୀରର ତାପମାତ୍ରାକୁ ସନ୍ତୁଳନ କରିଥାଏ। ଆଇସକ୍ରିମରେ ଥିବା କ୍ୟାଲୋରୀ ଆପଣଙ୍କ ଶରୀର ପାଇଁ ଉପକାରୀ ଅଟେ।
ଆଇସକ୍ରିମରେ ଥିବା କ୍ୟାଲସିୟମ ଶରୀରକୁ କର୍କଟ ରୋଗ ସହ ଲଢିବାରେ ସହାୟକ ହୋଇଥାଏ। ଏହା କର୍କଟ ରୋଗ ହେବାର ସମ୍ଭାବନାକୁ କମ କରିଥାଏ। ଆଇସକ୍ରିମ ଖାଇବା ଦ୍ବାରା ଖୁସି ଅନୁଭୂତ ହୋଇଥାଏ। ଏହାସହ ନିଦ୍ରା ମଧ୍ୟ ସଠିକ ଭାବେ ହୋଇଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଆଇସକ୍ରିମ ଖାଇବା ଦ୍ବାରା ଶରୀରର ମାଂସପେଶୀ ମଜଭୂତ ରହିଥାଏ।
ଆଇସକ୍ରିମ ଖାଇବା ଦ୍ବାରା ବ୍ୟକ୍ତି ଚିନ୍ତାମୁକ୍ତ ରହିଥାଏ। ଏହାସହ ଶରୀରରୁ ଅନାବଶ୍ୟକ ତତ୍ତ୍ବ ମଧ୍ୟ ବାହାରି ଯାଇଥାଏ। ଏହା ଆପଣଙ୍କ ମୁଡକୁ ଠିକ ରଖିଥାଏ। ଏହା ବ୍ୟକ୍ତିଙ୍କୁ ଶାନ୍ତ ରଖିବା ସହ ମନକୁ ସ୍ଥିର ରଖିଥାଏ।