ଆଦର୍ଶ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପରଲୋକ

0

ବସ୍ତା/ଅଜିତ ସାହୁ:  ଆଉ ନାହାଁନ୍ତି ଆଦର୍ଶ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି , ସଭିଙ୍କ ପ୍ରିୟ ଆପଣାର ପ୍ରତାପ ସାର। ବସ୍ତା ବ୍ଲକ ଭେଲୋରା ପଞ୍ଚାୟତ  ବାଇତପଡ଼ା ଗ୍ରାମ ରେ  ୭୭ ବର୍ଷରେ  ନିଜ ବାସଭବନରେ ପରଲୋକ  ହୋଇଛି। ସେ ଦୀର୍ଘ ଦିନ ହେବ ବୟସାଧିକ ଓ କିଡନୀ ରୋଗରେ ଆକ୍ରାନ୍ତ  ହୋଇ ଚିକିତ୍ସାଧୀନ ରହିଥିଲେ। ତେବେ ନିଜ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ  ସଭିଙ୍କ ପ୍ରିୟ ଓ ଆପଣାର ମଣିଷ ଥିଲେ। ତାଙ୍କର ନୀତି, ଆଦର୍ଶ ,  କର୍ତବ୍ୟ ପରାୟଣ, ନିଷ୍ଠା  ପାଇଁ  ତାଙ୍କ ସଂସ୍ପର୍ଶରେ ଆସିଥିବା ଗୋଡି ମାଟି ଠାରୁ ଆବାଳ ବୃଦ୍ଧ ବନିତା, ଅଗଣିତ ଛାତ୍ର ଛାତ୍ରୀ  ସମସ୍ତେ ତାଙ୍କୁ ଝୁରୁଛନ୍ତି। ତାଙ୍କର ଶିକ୍ଷକତା ଜୀବନରେ ଅନେକ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ନିଜ ଘରେ ରଖି ମାଗଣାରେ ଶିକ୍ଷାଦାନ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ।  ତାଙ୍କର ଦେହାନ୍ତ ଖବର ପାଇ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିବା ବେଳେ, ପୁରୀ ସ୍ବର୍ଗ ଦ୍ଵାରରେ ପରିବାରବର୍ଗ , ବନ୍ଧୁବାନ୍ଧବ, ଆର୍ଣୀୟସ୍ଵଜନ ଙ୍କ ଉପସ୍ଥିତିରେ।  ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ,ତାଙ୍କ ବିୟୋଗରେ ସ୍ଥାନୀୟ  ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।