ମୁସଲମାନଙ୍କ ଘରୁ ମିଳିଲା ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି

0

 ଘରୁ ମିଳିଲା ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଜଣେ ମୁସଲମାନଙ୍କ ଘରେ ହିନ୍ଦୁ ଦେବା ଦେବି ମୂର୍ତ୍ତି ପୂଜା ପାଉଥିବା ଖବର ଏତେ ସହଜରେ କେହିବି ବିଶ୍ୱାସ କରିପାରିବେନି । ତେବେ ଏଭଳି ଚମକôାର ଘଟଣା ଦେଖିବାକୁ ମିଳିଛି ଜାମ୍ମୁକାଶ୍ମୀର ରାମବାଣ ଜିଲ୍ଲା ରାଜଗଡ ଅଞ୍ଚଳରେ । ଏହି ଅଞ୍ଚଳରେ ଅନେକ ମୁସଲମାନ ବସବାସ କରୁଥିବା ବେଳେ ଦରାଜ ଗାଁର ଲିଆକତ ଅଲ୍ଲୀ ନାମକ ଏକ ମୁସଲମାନ ବ୍ୟକ୍ତିଙ୍କ ଘରୁ ମୁର୍ଥ୍ତି ମିଳିଥିଲା । କୁହାଯାଉଛି ଯେ କୁଆଡେ ଲିଆକତ ଅଲ୍ଲୀଙ୍କ ଘରେ ଅସମୟରେ କିଛି ନା କିଛି ସମସ୍ୟା ଦେଖାଦେଇଥିଲା ।

ଏପରିକି ତାଙ୍କୁ ଦୁଇ ମାସ ମଧ୍ୟରେ ୫ ଥର ସର୍ପ ଦଂଶନ କରିଥିଲା । ଏହାପରେ ବ୍ୟକ୍ତି ଜଣକ ଏକ ପୀର ଙ୍କୁ ଡାକି ଘର ବିଷୟରେ ଜଣାଇଥିଲେ । ପରେ ସେହି ଗରେ କିଛି ପୋତା ହୋଇଥିବା ଜାଣିବାକୁ ପାଇଥିଲେ । ପରେ ବ୍ୟକ୍ତି ଜଣକ ଏହାକୁ ଖୋଳିଥିଲେ । କିଛି ଫୁଟ ଖୋଳିବା ପରେ ସେଠାରୁ ମାତା ବୈଷ୍ଣୋ ଦେବୀଙ୍କର ପ୍ରତିମା ସହ ଏକ ଶିବ ଲିଙ୍ଗ ଏବଂ ବୁଦ୍ଧଙ୍କ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ଏହି ଘଟଣା ବିଷୟରେ ବ୍ୟକ୍ତି ଜଣକ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।


ଖବର ସାମ୍ନାକୁ ଆସିବା ପରେ ଏହାକୁ ଦେଖିବା ପାଇଁ ଉକ୍ତ ବ୍ୟକ୍ତିଙ୍କ ଘରେ ଶହ ଶହ ଲୋକଙ୍କର ଭିଡ ଜମୁଛି । ସେପଟେ ପ୍ରଶାସନ ଘଟଣା ବିଷୟରେ ଜଣାଇବା ପରେ ସେଠାରେ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।ଏବଂ ମିଳିଥିବା ମୂର୍ତ୍ତିଙ୍କୁ ନେଇ ଅନୁସନ୍ଧାନ ଜାରୀ ରହିଛି । ସେପଟେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ଯେ ଘଟଣା ପ୍ରତି ପ୍ରଶାସନ ଧ୍ୟାନ ଦେଇ ସେଠାରେ ମନ୍ଦିର ନିର୍ମାଣ କରିବା ଉଚିତ ବୋଲି । ଯାହାଦ୍ୱାରା ଭକ୍ତ ମାନେ ଦର୍ଶନ କରିବାକୁ ଆସିପାରିବେ ।