ଭବାନୀପାଟଣା: ଗିରଫ ହେଲେ ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ସମୀର ଠାକୁର । ଭବାନୀପାଟଣା ମୁନିସିପାଲିଟି ସହକାରୀ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଏହି ଅଭିଯୋଗକୁ ଆଧାର କରି ତାଙ୍କ ଘରେ ରେଡ୍ କରାଯାଇଥିଲା । ତାପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସମୀର ଠାକୁରଙ୍କ ଅଧିକ ସମ୍ପତ୍ତି ଥିବାବେଳେ ତାଙ୍କ ନାଁ ରେ ୩ଟି ପ୍ଲଟ୍ ରହିଛି । ତିନିମହଲା ବିଲଡ଼ିଂ, ଗୋଟିଏ ଦୁଇମହଲା କୋଠାଏ ହାସହ ୫୨ ଲକ୍ଷ ୫୬ ହଜାର ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି ସମୀର ଠାକୁରଙ୍କ ନାଁରେ । ଘରୁ ନଗଦ ୪୯ ହଜାର ୧୬୩ ଟଙ୍କା ସହ ୨୫୦ଗ୍ରାମ୍ ସୁନା ଗହଣା ଓ୯୩୦ ଗ୍ରାମ ରୁପା ଠାବ ହୋଇଛି । ୮ଲକ୍ଷ ୫୭ହଜାର ଟଙ୍କାର ଗୋଟିଏ ୪ଚକିଆ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭାବନୀପାଟଣାର ୪ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।