ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ଭୁବନେଶ୍ୱର:  24 ଘଣ୍ଟା ଖୋଲା ରହିବ ନିରାମୟ ।  ଏହାର ଯେପରି ଖିଲାପ ନ ହୁଏ, ସେଥିପାଇଁ ସ୍କୁଆର୍ଡ ଗଠନ କଲା ସାଧାରଣ ଉଦ୍ୟୋଗ ବିଭାଗ । ସେମାନେ ଅଚାନକ ନିରାମୟ ପରିଦର୍ଶନ କରିବେ । ନିରାମୟ ଖୋଲା ନଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଔଷଧ ନିଗମର ସମୀକ୍ଷା ବୈଠକର ଏହି ନିର୍ଦେଶ ଦେଇଛନ୍ତି ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ମହାପାତ୍ର । ଔଷଧ ନିଗମର ଔଷଧ ଠିକ ଭାବେ ନିରାମୟକୁ ପହଂଚୁଛି କି ନାହିଁ, ନିରାମୟରେ ପର୍ଯ୍ୟାପ୍ତ ଔଷଧ ଅଛି ନା ନାହଁ, ସେ ନେଇ ବୈଠକରେ ଆଲୋଚନା ହୋଇଛି । ଔଷଧ ଓ ନାପକିନ କିପରି ଠିକ ଭାବେ ସ୍କୁଲରେ ପହଂଚିବ, ସେ ନେଇ ବି ବୈଠକରେ ଗୁରୁତ୍ୱ ଦିଆଯାଇଛି ।