ବ୍ୟୁରୋ : ନଡ଼ିଆତେଲରେ ମିଶାଇ ଲଗାନ୍ତୁ ଏହି ଗୋଟିଏ ପାଉଡର୍ , କିଛି ଦିନ ଭିତରେ ଧଳା ଚୁଟି କଳା ହେବ । ଫାଷ୍ଟଫୁଡ୍ , ଠିକ୍ ସମୟରେ ନ ଖାଇବା , ବ୍ରେକଫାଷ୍ଟରେ ବିଳମ୍ବ , ରାତିରେ ପେଟ ଫାଟିଲା ପର୍ୟ୍ୟନ୍ତ ଖାଇବା ଏବଂ ନନଭେଜ୍ ହେଲେ ଜମେଇକି ଖାଇବା ଅଭ୍ୟାସ ଆମ ସ୍ବାସ୍ଥ୍ୟକୁ ଆହୁରି ଖରାପରୁ ଖରାପ ଆଡକୁ ନେଉଛି । ବର୍ତ୍ତମାନର ଖରାପ ଜୀବନଚର୍ୟ୍ୟା ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଜହର ସଦୃଶ । । ବୟସ ନ ହୋଇ ବି ଚୁଟି ପାଚିବା , ଚୁଟି ଝଡ଼ିବା , ଗ୍ୟାସ୍ ସମସ୍ୟା ଉପୁଜିବା ଏବଂ ଅନେକ ସମୟରେ ଦେହ ଖରାପ ରହିବା ଏସବୁ ଆମର ଖାଦ୍ୟପେୟ ସହ ହିଁ ଜଡ଼ିତ ।
ଆଜିର ସମୟରେ ଖୁବ୍ କମ୍ ବୟସରୁ ପିଲାଙ୍କ ଚୁଟି ପାଚି ଧଳା ହୋଇଯାଉଛି । ଏଭଳି ସ୍ଥିତିରେ କିଶୋରବସ୍ଥାରୁ ହିଁ ପିଲା ଚୁଟି କଲର୍ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ପରିଣତି କ’ଣ ହେଉଛି ଚୁଟିର ପ୍ରାକୃତିକ ଚମକ ମଧ୍ୟ ହ୍ରାସ ପାଉଛି ଏବଂ ଚୁଟି ଡ୍ରାଏ ହୋଇ ଝଡୁଛି । ହେଲେ ଚୁଟିରେ ଏହି ପେଷ୍ଟ୍ ଲଗାଇଲେ ପ୍ରାକୃତିକ କଳା ପାଇବା ସଙ୍ଗେ ସଙ୍ଗେ ଆପଣ ଡ୍ୟାମେଜ୍ ହେୟାରର ଜାଲରୁ ମଧ୍ୟ ବାହାରି ପାରିବେ ।
ପ୍ରସ୍ତୁତି ପ୍ରଣାଳୀ ;
ନଡ଼ିଆ ତେଲରେ ଅଁଳା ପାଉଡର୍ ପକାଇ ଗ୍ୟାସ୍ ରେ କଳା ହେବା ପର୍ୟ୍ୟନ୍ତ ଘାଣ୍ଟନ୍ତୁ । ପେଷ୍ଟ୍ କଳା ହୋଇଗଲେ କିଛି ସମୟ ଥଣ୍ଡା ହେବା ପାଇଁ ଛାଡ଼ିଦିଅନ୍ତୁ ଏବଂ ରାତିରେ ଶୋଇବା ପୂର୍ବରୁ ଚୁଟିରେ ଲଗାଇ ପରଦିନ ଶାମ୍ପୁରେ ଚୁଟି ଧୋଇନିଅନ୍ତୁ । ଏହି ପେଷ୍ଟ୍ ଚୁଟିକୁ ପ୍ରାକୃତିକ କଳା କରିବା ସହ ଚମକ ମଧ୍ୟ ଦେଇଥାଏ । ଏହି ପେଷ୍ଟକୁ ଲଗାତାର ଲଗାନ୍ତୁ ଫରକ୍ ଜାଣିପାରିବେ ।