ରାଜରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିଲେ ଦୃର୍ବୁତ୍ତ

0

ହିଞ୍ଜିଳି: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ଆଇନଶୃଙ୍ଖଳା ପରିସ୍ଥିତି। ଦୁଇଗୋଷ୍ଠୀଙ୍କ ମଧ୍ୟରେ ରକ୍ତାକ୍ତ ଗଣ୍ଡଗୋଳରେ ଶିକାର ହୋଇଛନ୍ତି l ନିରାହ ଜନସାଧାରଣ ବିଭିନ୍ନ ଧାରୁଆ ମାରଣାସ୍ତ୍ର ସହ ସଂଘବଦ୍ଧ ଆକ୍ରମଣରେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବସଷ୍ଟାଣ୍ଡ ଛକ, ହଳଦିଆପଦର ଓ କନିଷି ହାଟ ନିକଟରେ ଦୀର୍ଘ କିଛି ସମୟ ଧରି ଦୁର୍ବୃତ୍ତମାନେ ଖେଳାଇଥିଲେ ଆତଙ୍କରାଜ ଦୁର୍ଦ୍ଧରମାନେ ଖଣ୍ଡାରେ ଏକାଧିକ ବ୍ୟକ୍ତିଙ୍କୁ ଗୋଡ଼େଇ ଗୋଡ଼େଇ ହାଣିବା ସହ ଘଟଣା ସ୍ଥଳରେ ଥିବା ୩ ଟି ଦୋକାନରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି I ଆକ୍ରମଣରେ ଜେଲ ଫେରନ୍ତା ସୁବାସ ଦାସ ଓ ଆଶିଷ ଦଳାଇଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି! I  ଆହତ ଙ୍କ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳର ୩ ଜଣ ଉଠାଦୋକାନୀ ଥିବା ଜଣା ପଡିଛି I

 ସୂଚନା ପ୍ରକାରେ ଶୁକ୍ରବାର ସନ୍ଧ୍ୟାରେ ହଳଦିଆପଦର ବସଷ୍ଟାଣ୍ଡ ନିକଟରେ ଦଲିଲ ଲେଖାଳି କାର୍ଯ୍ୟଳୟରେ ସନତ ନାୟକ, ସଲିପ ପାତ୍ର ଓ ସୁନୀଲ ସାମଲ ଥିବାବେଳେ ହଠାତ୍ ୩ଜଣ ଯୁବକ ଖଣ୍ଡା ଧରି ଧସେଇ ପଶିବା ସ‌ହ ସନତ, ସୁନୀଲ ଓ ସଲିପଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଦୋଳାନୀ ଓ ପଥଚାରୀ ମଧ୍ୟ ଆକ୍ରମଣରୁ ବର୍ଲି ନଥିଲେ। ଆକ୍ରମଣକାରୀଙ୍କ ହାତରେ ଧାରୁଆ ଅପ ଅବାରୁ ଆଗକୁ ଯିବାକୁ କେନି ସାହାସ ମଧ୍ଯ କରିନଥିଲେ। ପରେ ଚୂଇମାନେ ସେଠାରୁ ବାହାରି ହଳଦିଆପଦର ନିକଟରେ ଏକ ଚିକେନ ଦୋକାନକୁ ଭାଙ୍ଗି ଦେବା ସହ ଦୋକାନୀ ସୟଦ ଉମର ଓ ନିକଟରେ ଥିବା ଅନ୍ୟଏକ ଫାଷ୍ଟ ଫୁଡ ଦୋକାନୀ ବାବୁଲା ପାଳଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲେ। ଫଳରେ ଉଭୟେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ଗୋଳନ୍ଥରା ଥାନା ପୋଲିସ ପହଂଚି ତଦନ୍ତ ଚଳାଇଛି। ଗୁରୁତର ଆହତ ସନତ, ସଲିପ ଓ ସୟଦ ଉମର, ବାବୁଲା ଓ ସୁନାଲକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି। ତେବେ ଆକ୍ରମଣର ଦିର୍ଘ ସମୟ ପରେ ମଧ୍ଯ ଘଟଣା ସମ୍ପର୍କରେ ଥାନାରେ କୌଣସି ଲିଖୁତ ଅଭିଯୋଗ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତି କରାଯାଇଛି। ତେବେ ଆକ୍ରମଣର ଦିର୍ଘ ସମୟ ପରେ ମଧ୍ଯ ଘଟଣା ସମ୍ପର୍କରେ ଥାନାରେ କୌଣସି ଲିଖୁତ ଅଭିଯୋଗ ହୋଇନଥିବା ଜଣାପଡିଛି। ଗତ ଡିସେମ୍ବର ୨୭ ତାରିଖ ବିଳମ୍ବିତ ରାତିରେ କନିଷି ଅଞ୍ଚଳର ଡି. ଦୁର୍ଯ୍ୟୋଧନଙ୍କୁ ହଳଦିଆପଦର ଓଭର ବ୍ରିଜ ନିକଟରେ ସୁବାଷ ଦାସ, ଆଶିଷ ଦଳାଇ, କିରଣ ବେହେରା ଓ କୁରେଶ ଦାସ ଆଦି ୪ଜଣ ବିଭିନ୍ନ ମାଗଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ପର୍ଯ୍ୟାୟ କ୍ରମେ ଉପରୋକ୍ତ ସମସ୍ତ ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ପରେ ଦୁଇଟି ପର୍ଯ୍ୟାୟରେ ସୁବାସ ଦାସଙ୍କ ସମେତ ଅନ୍ୟ ୩ଜଣ ଜାମୀନରେ ମୁକୁଳିଥିଲେ । ଶୁକ୍ରବାର ରାତିରେ ହୋଇଥିବା ଘଟଣାରେ ଜେଲ ଫେରନ୍ତା ସୁବାଷ ଓ ଆଶିଷଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରିଛି । ଗୋଳନ୍ଥରା ଥାନା ଇଲାକାରେ ସେପୁଣି ରାଜପଥରେ ସର୍ବସମ୍ମୁଖରେ ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ପରେ ସମ୍ପୃକ୍ତ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ ।